Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ, କଳାରେ ୭୮.୮୮% ପାସ୍

8/06/2023 at 4:19 PM

ଭୁବନେଶ୍ବର ୮।୬: ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ପୁସ୍ତିକା ଗଣଶିକ୍ଷା ସଚିବ ଉନ୍ମୋଚନ କରିଛନ୍ତି । ଓ୍ବେବସାଇଟ୍ www.orissaresult.nic.in ଏବଂ ସାମ୍ସ ‘ଇ-ସ୍ପେସ୍‌‌’ରେ ପରୀକ୍ଷା ଫଳ ଉପଲବ୍ଧ ଅଛି ।

ଯୁକ୍ତ ୨ କଳାରେ ପାସ୍ ହାର ୭୮.୮୮ ପ୍ରତିଶତ ରହିଛି । ୭୦.୪୩ ପ୍ରତିଶତ ଛାତ୍ର ପାସ୍ କରିଥିବା ବେଳେ ୮୫.୬୬ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି । ପାସ୍ ହାରରେ ବାଲେଶ୍ୱର ଜିଲ୍ଲା ଆଗରେ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ସବୁଠୁ ପଛରେ ରହିଛି । ଏଥର ବି ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨, ଦ୍ୱିତୀୟ ଶ୍ରେଣୀରେ ୩୨ ହଜାର ୪୬୧ ଏବଂ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬ ହଜାର ୧୭୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ୬୭.୪୮ ପ୍ରତିଶତ ପାସ୍ ହାର ରହିଛି । ୬୪.୨୩ ପ୍ରତିଶତ ଛାତ୍ର ପାସ୍ କରିଥିବା ବେଳେ ୭୧.୧୦ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ୮୪୩, ଦ୍ୱିତୀୟ ଶ୍ରେଣୀରେ ୧୭୫୧ ଏବଂ ତୃତୀୟ ଶ୍ରେଣୀରେ ୧୧୧୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଯୁକ୍ତ ୨ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମେ’ ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା । ଗୁରୁବାର କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଆସନ୍ତାବର୍ଷଠାରୁ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ଏକା ସଙ୍ଗେ ପ୍ରକାଶ ପାଇବା ନେଇ ବିଭାଗ ଘୋଷଣା କରିଛି ।

You Can Read :

   Related Posts