ପୋଲିସକୁ ଚ୍ୟାଲେଞ୍ଜ, ମାଓବାଦୀମାନେ ପାଳିଲେ ପିଏଲ୍ଜିଏ ସପ୍ତାହ
10/12/2022 at 12:58 PM

ମାଲକାନଗିରି ୧୦।୧୨ : ପୋଲିସକୁ କଡ଼ା ଚ୍ୟାଲେଞ୍ଜ । ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀମାନେ ପାଳିଲେ ପିଏଲ୍ଜିଏ ସପ୍ତାହ ।ଶତାଧିକ ମାଓବାଦୀ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଚଳିତ ବର୍ଷ ପାଳନ କଲେ ପିଏଲ୍ଜିଏ ସପ୍ତାହ । ନିଜର ସାଥୀଙ୍କୁ ମନେ ପକାଇବା ସହ ଶହ ଶହ ଆଦିବାସୀ ଲୋକଙ୍କ ସହିତ ମିଶି ପାଳନ କରିଛନ୍ତି ପିଏଲ୍ଜିଏ ସପ୍ତାହ ।
ତେବେ ଲାଲ୍ ବାହିନୀର ଏହି ଭାଇରାଲ ଭିଡିଓକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନକ୍ସଲ ମାନେ ଜଙ୍ଗଲ ଭିତରେ ପାଳନ କରୁଛନ୍ତି ପିଏଲଜିଏ ସପ୍ତାହ। ଏହି ଚିତ୍ର ହେଉଛି ମାଲକାନଗିରି ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାର । ଯେଉଁଠି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଓବାଦୀ ସଙ୍ଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ପାଳନ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ନକ୍ସଲପନ୍ଥୀ ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ଯାହାର ଭିଡିଓ ଉତ୍ତୋଳନ କରି ନିଜେ ଭାଇରାଲ କରିଥିବା ଜଣାପଡ଼ିଛି ।