ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଝାଡଖଣ୍ଡ ପୋଲିସର ଏନ୍‌କାଉଣ୍ଟରରେ ପିଏଲ୍‌ଏଫ୍‌ଆଇ କମାଣ୍ଡର ମୃତ

23/11/2018 at 9:35 AM

ସୁନ୍ଦରଗଡ଼ ୨୩|୧୧:  ସୁନ୍ଦରଗଡ଼ ଜିଲ୍ଲାରେ ଝାଡଖଣ୍ଡ ପୋଲିସର ଏନକାଉଣ୍ଟର। ସିମଡେଗାର କୋଲାବିରା ଅନ୍ତର୍ଗତ ଝବ୍ଲା ଜଙ୍ଗଲରେ ହୋଇଛି ଏହି  ଏନକାଉଣ୍ଟର । ଏଥିରେ ପିଏଲ୍ଏଫ୍ଆଇର ଜଣେ କମାଣ୍ଡର ବିଜୟ ଡାଙ୍ଗର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିଜୟ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଝାଡ଼ଖଣ୍ଡ ସରକାର । ଅନେକ ଦିନ ଧରି ଓଡିଶା ଓ ଝାଡ଼ଖଣ୍ଡ ସୀମାନ୍ତରେ ଆତଙ୍କ ଖେଳାଇଥିଲା ବିଜୟ। ଝାଡ଼ଖଣ୍ଡ ଓ ଓଡ଼ିଶାର ବିଭିନ୍ନ ଥାନାରେ ତା ନାଁରେ ଅନେକ ମାମଲା ରହିଥିଲା । ତା ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ବୀରମିତ୍ରପୁର ଠାରୁ ୪୫ କିଲୋମିଟର ଦୂର କୋଲାବିରା  ଥାନା ଝରିଆ ଜଙ୍ଗଲରେ ସିମଡେଗା ପୋଲିସ କମ୍ବିଂ କରୁଥିବା ବେଳେ ସେଠାରେ ପିଏଲଏଫଆଇ କମାଣ୍ଡର ବିଜୟ ଡାଙ୍ଗ ଓ ତାର ୮ ଜଣ ସହଯୋଗୀ ଓ ପିଏଲଏଫଆଇ ସଦସ୍ୟମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ପିଏଲଏଫଆଇର ନେତୃତ୍ବ ନେଉଥିବା ବିଜୟ ଡାଙ୍ଗର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ।v

   Related Posts