‘ଦୟାକରି ଗଣତନ୍ତ୍ରକୁ ରକ୍ଷା କରନ୍ତୁ’, ସିଜେଆଇଙ୍କୁ ନିବେଦନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 30, 2022 IST

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣତନ୍ତ୍ର ଏବଂ ସଂଘୀୟ ବ୍ୟବସ୍ଥାକୁ ବଞ୍ଚାଇ ରଖିବା ପାଇଁ ଅପିଲ କରିଛନ୍ତି । ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କ ନିକଟରେ ଦେଶର ଗଣତନ୍ତ୍ର ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି । ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଗଣତାନ୍ତ୍ରିକ ଶକ୍ତି ଗୋଟିଏ ବର୍ଗ ହାତରେ ସୀମିତ ହେବାରେ ଲାଗିଛି, ଏହା ଦେଶକୁ ରାଷ୍ଟ୍ରପତି ଶାସନ ଆଡକୁ ନେଇପାରେ ।

ମମତା ବାନାର୍ଜୀ ପଶ୍ଚିମବଙ୍ଗ ୟୁନିଭର୍ସିଟି ଅଫ୍ ଜୁଡିସିଆଲ ସାଇନ୍ସର ସମାବର୍ତ୍ତନ ଉତ୍ସବରେ ଯୋଗ ହୋଇଥିଲେ। ଏଠାରେ ଭାଷଣ ଦେଇ କହିଥିଲେ ଗଣତନ୍ତ୍ର କେଉଁଠି ଅଛି ? ଦୟାକରି ଗଣନ୍ତ୍ରଣକୁ ବଞ୍ଚାନ୍ତୁ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ପଶ୍ଚିମବଙ୍ଗ ୟୁନିଭର୍ସିଟି ଅଫ୍ ଜୁଡିସିଆଲ ସାଇନ୍ସ କୁଳପତି ଅଛନ୍ତି ।

ମମତା ବାନାର୍ଜୀ ଗଣାମାଧ୍ୟମ କଥା ଉଲ୍ଲେଖ କରି କହିଛନ୍ତି, 'ସେମାନେ କାହାକୁ କିଛି ବି କହିପାରିବେ କି ? କାହା ଉପରେ ଅଭିଯୋଗ ଆଣିପାରିବେ କି ? ସାର, ଆମ ପ୍ରତିଷ୍ଠା ହିଁ ଆମ ଇଜ୍ଜତ। ଯଦି ତାହା ଚାଲିଯାଏ ତେବେ ସବୁକିଛି ଚାଲିଯିବ'। ଏହାସହ ସେ କହିଛନ୍ତି, ‘ଯଦି ମୁଁ ଭୁଲ ବୋଲି ଆପଣ ଅନୁଭବ କରନ୍ତି ତେବେ ମୁଁ କ୍ଷମା ମାଗୁଛି’। ଏହାସହ ସିଜେଆଇଙ୍କ ପ୍ରଶଂସା କରି ମମତା କହିଛନ୍ତି, ‘ନ୍ୟାୟମୂର୍ତ୍ତି ୟୁୟୁ ଲଲିତଙ୍କୁ ଶୁଭେଚ୍ଛା ଜଣାଇବା ଦରକାର। ଦୁଇ ମାସରେ ନ୍ୟାୟପାଳିକାର ଅର୍ଥ କଣ ତାହା ସେ ଦଶାଇଛନ୍ତି’।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.