ଭାରତୀୟ ଟିମ୍ର ପ୍ଲେଇଙ୍ଗ ଇଲେଭେନ୍ ଘୋଷଣା : ଋଷଭ ଆଉଟ୍, ଋଦ୍ଧିମାନ ଇନ୍
1/10/2019 at 2:54 PM

ନୂଆଦିଲ୍ଲୀ ୧|୧୦: ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ର ପ୍ରଥମ ମ୍ୟାଚ୍ ପାଇଁ ଭାରତୀୟ ଦଳର ପ୍ଲେଇଙ୍ଗି ଇଲେଭେନ୍ ଘୋଷଣା କରାଯାଇଛି । ଦଳରେ ଋଷଭ ପନ୍ତଙ୍କୁ ବାଦ୍ ଦେଇ ତାଙ୍କ ସ୍ଥାନରେ ଋଦ୍ଧିମାନ ସାହାଙ୍କୁ ସୁଯୋଗ ଦିଆଯାଇଛି । ସେହିଭଳି ରୋହିତ ଶର୍ମା ଏବଂ ଆର ଅଶ୍ବିନୀଙ୍କୁ ଦଳରେ ସାମିଲ କରାଯାଇଛି । ମ୍ୟାଚ୍ ପୂର୍ବରୁ ଅଧିନାୟକ ବିରାଟ କୋହଲି ପ୍ଲେଇଙ୍ଗ୍ ଇଲେଭେନ୍ ଘୋଷଣା କରିବା ସମୟରେ କହିଛନ୍ତି ଯେ, ରିଦ୍ଧିମାନ ସାହା ହେଉଛନ୍ତି ବିଶ୍ବର ବେଷ୍ଟ ଓ୍ବିକେଟ୍ କିପର ।
ଋଦ୍ଧିମାନ ସାହା ଭାରତୀୟ ଦଳ ପାଇଁ ଗତ ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ତାପରଠୁ କାନ୍ଧରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା । ପରେ ସେ ଆଇପିଏଲରେ ଖେଳିଥିଲେ । ମାତ୍ର ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ହିଁ ସେ ପୁଣି ଥରେ ଆଘାତପ୍ରାପ୍ତ ହୋଇଥିଲେ ।
ସେହିଭଳି ସ୍ପିନର ଆର ଅଶ୍ବିନୀଙ୍କୁ ମଧ୍ୟ ପ୍ଲେଇଙ୍ଗ ଇଲେଭେନ୍ ରେ ସାମିଲ କରାଯାଇଛି । କୁଲଦୀପ୍ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମିଙ୍କୁ ଦଳରେ ସାମିଲ୍ କରାଯାଇଛି । ଉମେଶ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି ।
ଭାରତୀୟ ଦଳର ପ୍ଲେଇଙ୍ଗ ଇଲେଭେନରେ ଅଛନ୍ତି ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ରବିଚନ୍ଦ୍ରନ୍ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଋଦ୍ଧିମାନ ସାହା, ଈଶାନ୍ତ ଶର୍ମା, ମହମ୍ମଦ ସାମି ।