ବିଶ୍ୱକପ୍ ୨୦୨୩ : ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ରେସ୍‌ରେ ୯ ଖେଳାଳି, ଜାଣନ୍ତୁ କିଏ କିଏ ସବୁ...

Published By : Prameya-News7 Bureau | November 18, 2023 IST

ଅହମ୍ମଦାବାଦ ୧୮।୧୧ : ବିଶ୍ୱକପ୍‌ ୨୦୨୩ । ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ରବିବାର ଦିନ କ୍ରିକେଟ୍‌ ଦୁନିଆ ମିଳିବ ନୂଆ ଚମ୍ପିଆନ୍‌ । ତେବେ ୨୦୨୩ ବିଶ୍ୱକପ୍‌ ପ୍ଲେୟାର ଅଫ୍‌ ଟି ଟୁର୍ଣ୍ଣାମେଣ୍ଟ ରେସ୍‌ରେ ଅଛନ୍ତି ୯ ଜଣ କ୍ରିକେଟର । ଆସନ୍ତୁ ଜାଣିବା କିଏ ସବୁ ଏହି ଖେଳାଳି

ରୋହିତ ଶର୍ମା-

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଜବରଦସ୍ତ ଫର୍ମରେ ଅଛନ୍ତି । ଚଳିତ ବିଶ୍ୱକପ୍‌ ପାଓ୍ୱାରପ୍ଲେରେ ସବୁଠୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରୁଥିବା ବ୍ୟାଟରଙ୍କ ତାଲିକାରେ ସବୁଠୁ ଆଗରେ ରହିଛନ୍ତି । ବର୍ତ୍ତମାନ ଯାଏଁ ୧୦ଟି ମୁକାବିଲା ଖେଳି ରୋହିତ ଶର୍ମା ୫୫୦ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ରହିଛି । ୨୦୨୩ ବିଶ୍ୱକପ୍‌ରେ ୧୩୧ ତାଙ୍କର ସର୍ବାଧିକ ସ୍କୋର ରହିଛି ।

wp:embed {"url":"https://www.prameyanews7.com/sourav-ganguly-reaction-on-final-match/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourav-ganguly-reaction-on-final-match/
/wp:embed

ବିରାଟ କୋହଲି-

ଚଳିତ ବିଶ୍ୱକପ୍‌ରେ ଚମତ୍କାର ଫର୍ମରେ ଅଛନ୍ତି ରୋହିତ ଶର୍ମା । ବର୍ତ୍ତମାନ ଯାଏଁ ୧୦ଟି ମ୍ୟାଚ୍‌ ଖେଳିସାରିଛନ୍ତି ବିରାଟ । ଆଉ ଏଥିରେ ସେ ୭୧୧ ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥିରେ ୫ଟି ଅର୍ଦ୍ଧଶତକ ଏବଂ ୩ଟି ଶତକ ରହିଛି । ୧୧୭ ତାଙ୍କର ସର୍ବାଧିକ ସ୍କୋର ରହିଛି ।

ଜଶପ୍ରୀତ୍‌ ବୁମ୍‌ରା

ବିଶ୍ୱକପ୍‌ ୨୦୨୩ରେ ଭଲ ଫର୍ମରେ ରହିଛନ୍ତି ଜଶପ୍ରୀତ୍‌ ବୁମ୍‌ରା । ଯାହାଙ୍କ ବୋଲିଂରେ ଭାରତୀୟ ଟିମ୍‌କୁ ପାଓ୍ୱାର ପ୍ଲେରେ ବେଶ୍‌ ଫାଇଦା ମିଳୁଛି । ବର୍ତ୍ତମାନ ଯାଏଁ ବୁମ୍‌ରା ୧୦ଟି ମ୍ୟାଚ୍‌ ଖେଳି ୧୮ଟି ଓ୍ୱିକେଟ୍‌ ନେଇଛନ୍ତି । ଚଳିତ ବିଶ୍ୱକପ୍‌ରେ ବୁମ୍‌ରାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ୩୯ ରନ୍‌ ଦେଇ ୪ଟି ଓ୍ୱିକେଟ୍‌ ନେଇଛନ୍ତି ।

wp:embed {"url":"https://www.prameyanews7.com/astrology-predictions-about-the-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/astrology-predictions-about-the-world-cup/
/wp:embed

ମହମ୍ମଦ ସାମି-

ବିଶ୍ୱକପ୍‌ ୨୦୨୩ର ପ୍ରଥମ କିଛି ମ୍ୟାଚ୍‌ରେ ଖେଳିନଥିଲେ ମହମ୍ମଦ ସାମି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଅଧାରେ ଟିମ୍‌ରେ କରିଲେ ଏଣ୍ଟ୍ରି । ଆଉ ଜିତିଲେ ସମସ୍ତଙ୍କ ହୃହୟ । ବର୍ତ୍ତମାନ ଯାଏଁ ୨୦୨୩ ବିଶ୍ୱକପ୍‌ରେ ୬ଟି ମ୍ୟାଚ୍‌ ଖେଳିସାରିଛନ୍ତି । ଯେଉଁଥିରେ ସବୁଠୁ ଅଧିକ ୨୩ଟି ଓ୍ୱିକେଟ୍‌ ନେଇଛନ୍ତି ।  ୫୭ ରନ୍‌ ଦେଇ ୭ଟି ଓ୍ୱିକେଟ୍‌ ନେବା ତାଙ୍କର ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଗ୍ଲେନ୍‌ ମାକ୍ସଓ୍ୱେଲ୍‌-

ଅଷ୍ଟ୍ରେଲିଆ ଦୁର୍ଦ୍ଦଶ ବ୍ୟାଟସମ୍ୟାନ୍‌ । ଅସମ୍ଭବ ମ୍ୟାଚ୍‌କୁ ଜିତାଇବାରେ ଏହି ଖେଳାଳି ପୁରା ପାରଙ୍ଗମ । ବର୍ତ୍ତମାନ ଯାଏଁ ୨୦୨୩ ବିଶ୍ୱକପ୍‌ରେ ମାକ୍ସଓ୍ୱେଲ୍‌ ୮ଟି ମ୍ୟାଚ୍‌ ଖେଳିସାରିଛନ୍ତି । ଯେଉଁଥିରେ ୩୯୮ ରନ୍‌ ସଂଗ୍ରହ କରିଛନ୍ତି । ଦୁଇଟି ଶତକ ମଧ୍ୟ ତାଙ୍କ ନାଁରେ ରହିଛି । ମାକ୍ସଓ୍ୱେଲ୍‌ଙ୍କ ସର୍ବାଧିକ ସ୍କୋର ୨୦୧ ରନ୍‌ ରହିଛି ।

wp:embed {"url":"https://www.prameyanews7.com/ind-vs-aus-final-world-cup-2023-equations-are-becoming-in-favor-of-team-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ind-vs-aus-final-world-cup-2023-equations-are-becoming-in-favor-of-team-india/
/wp:embed

ଆଡମ୍‌ ଜାମ୍ପା-

ଅଷ୍ଟ୍ରେଲିଆ ଦଳର ଜଣେ ଦକ୍ଷ ସ୍ପିନର ଭାବେ ବେଶ୍‌ ଜଣାଶୁଣା ଆଡମ ଜାମ୍ପା ।  ବର୍ତ୍ତମାନ ଯାଏଁ ଜାମ୍ପା ୧୦ଟି ମ୍ୟାଚ୍‌ ଖେଳିଥିବା ୨୨ଟି ଓ୍ୱିକେଟ୍‌ ନେଇଛନ୍ତି । ୮ ରନ୍‌ ଦେଇ ୪ ଓ୍ୱିକେଟ୍‌ ନେବା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

ଡାରିଏଲ୍‌ ମିଚେଲ୍‌-

ନ୍ୟୁଜିଲାଣ୍ଡ ମଧ୍ୟକ୍ରମରେ ଜଣେ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ୍‌ ଡାରିଏଲ୍‌ ମିଚେଲ୍‌ । ବର୍ତ୍ତମାନ ଯାଏଁ ମିଚେଲ୍‌ ୧୦ଟି ମ୍ୟାଚ୍‌ ଖେଳି ୫୫୨ଟି ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୨ଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ରହିଛି । ୧୩୧ ତାଙ୍କର ସର୍ବାଧିକ ସ୍କୋର ରହିଛି ।

ରଚିନ ରବିନ୍ଦ୍ର-

ଜଣେ ଯୁବ ବ୍ୟାଟର ଭାବେ ଚଳିତ ବିଶ୍ୱକପ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ନ୍ୟୁଜିଲାଣ୍ଡର କ୍ରିକେଟର ରଚିନ ରବିନ୍ଦ୍ର । ବର୍ତ୍ତମାନ ଯାଏଁ ୧୦ଟି ମ୍ୟାଚ୍‌ ଖେଳି ୫୭୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩ଟି ଶତକ ଏବଂ ୨ଟି ଅର୍ଦ୍ଧଶତକ ରହିଛି । ୧୨୩ ତାଙ୍କର ସର୍ବାଧିକ ସ୍କୋର ରହିଛି ।

କ୍ୱିଣ୍ଟନ ଡି କକ୍‌-

ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟର୍‌ କ୍ୱିଣ୍ଟନ ଡି ଡକ୍‌ । ଏହା ତାଙ୍କର ଶେଷ ବିଶ୍ୱକପ୍‌ ଥିଲା । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅବସର ନେଇ ସେ ଘୋଷଣା କରିସାରିଥିଲା । ୨୦୨୩ ବିଶ୍ୱକପ୍‌ରେ ୧୦ଟି ମ୍ୟାଚ୍‌ ଖେଳି ୫୯୪ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪ଟି ଶତକ ରହିଛି ।

wp:embed {"url":"https://www.prameyanews7.com/ranbir-and-rashmika-film-animal-will-be-seen-on-burj-khalifa/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ranbir-and-rashmika-film-animal-will-be-seen-on-burj-khalifa/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.