ପ୍ରାକ୍ଟିସ୍‌ ବେଳେ ପାହାଡ଼ରୁ ଖସି ପଡ଼ିଲେ ଖେଳାଳି, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | June 11, 2022 IST

ଦେବଗଡ, ୧୧।୦୬: ଶନିବାର ଦେବଗଡ ସହର ଉପକଣ୍ଠ କୁରଡକୋଟ ଜଳପ୍ରପାତ ପାହାଡରେ ଖସିପଡି ଜଣେ ରାଜ୍ୟସ୍ତରୀୟ ବାଳିକା ଖେଳାଳି ଆହତ ହୋଇଛନ୍ତି । ଆହତ ଖେଳାଳି ଜଣଙ୍କ ସ୍ଥାନୀୟ ତିନି ନମ୍ବର ୱାର୍ଡ ବଣିଆ ସାହିର ରଞ୍ଜିତ ବାରିକଙ୍କ ୧୭ ବର୍ଷୀୟ ଝିଅ ଇଶା ବାରିକ । ଇଶା ଜଣେ ରାଜ୍ୟସ୍ତରୀୟ ଖେଳାଳି ଓ ସେ ୫୦୦୦ ମିଟର ସ୍ପିଡ ୱାକିଙ୍ଗ ରେସରେ ରାଜ୍ୟ ସ୍ତରରେ ୧୮ ବର୍ଷରୁ କମ ବାଳିକା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଶନିବାର ଇଶା ଅଭ୍ୟାସ ପାଇଁ କୁରଡକୋଟ ଜଳପ୍ରପାତ ପାହାଡରେ ଚଢୁଥିବା ବେଳେ ଭାରସାମ୍ୟ ହରାଇ ଖସିପଡିଥିଲେ । ତାଙ୍କୁ ଆହତ ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ, ଅଣ୍ଟାରେ ଓ ଗୋଡରେ ଆଘାତ ଲାଗିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.