୨୦୪୦ ସୁଦ୍ଧା ମହାସାଗରରେ ତିନି ଗୁଣା ଅଧିକ ହୋଇଯିବ ପ୍ଲାଷ୍ଟିକ୍ : ରିପୋର୍ଟ
9/03/2023 at 8:32 PM

ନୂଆଦିଲ୍ଲୀ: ମହାସାଗରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପକାଇବା ଉପରେ ନିୟନ୍ତ୍ରଣ ହାସଲ କରା ନଗଲେ ୨୦୪୦ ସୁଦ୍ଧା ଏହା ବଢି ତିନି ଗୁଣା ହୋଇଯିବ । ଯାହାଦ୍ୱାରା ମହାସାଗରୀୟ ଜୀବନକୁ ବଡ଼ କ୍ଷତି ପହଞ୍ଚିବ । ଏକ ସଦ୍ୟ ଅଧ୍ୟୟନରେ କୁହାଯାଇଛି ଯେ ୨୦୦୫ ପରଠୁ ମହାସାଗରରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପକାଯିବା ସଂଖ୍ୟାରେ ଅଭୂତପୂର୍ବ ବୃଦ୍ଧି ରେକର୍ଡ କରାଯାଇଛି ।
ପ୍ଲାଷ୍ଟିକ୍ ପ୍ରଦୂଷଣ ବିରୋଧରେ କାମ କରୁଥିବା ଆମେରିକୀୟ ସଂସ୍ଥା ୫ ଜାଇର୍ସ ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ଦାବି କରାଯାଇଛି । ଅଧ୍ୟୟନ ଅନୁସାରେ ୨୦୧୧୯ ସୁଦ୍ଧା ଦୁନିଆର ମହାସାଗରଗୁଡିକରେ ୧୭୧ ଟ୍ରିଲିୟନ ଟନ ପ୍ଲାଷ୍ଟିକ୍ ଭାସମାନ ଅବସ୍ଥାରେ ଥିଲା । ରିପୋର୍ଟରେ କୁହାଯାଇଛି ଯେ ଯଦି ଏହି ଗତି ଜାରି ରହେ ତେବେ ୨୦୪୦ ସୁଦ୍ଧା ଏଥିରେ ୨.୬ ଗୁଣା ଯାଏ ବୃଦ୍ଧି ହୋଇପାରେ ।
ମାଇକ୍ରୋପ୍ଲାଷ୍ଟିକ୍ ଅର୍ଥାତ୍ ପ୍ଲାଷ୍ଟିକର ସୁକ୍ଷ୍ମ କଣିକା ଗୁଡିକ ମହାସାଗର ପାଇଁ ବିପଦଜ୍ଜନକ ହୋଇଥାଏ । ଏହା କେବଳ ଜଳକୁ ପ୍ରଦୂଷଣ କରେ ନାହିଁ ବରଂ ସାମୁଦ୍ରିକ ଜୀବଙ୍କୁ ମଧ୍ୟ କ୍ଷତି ପହଞ୍ଚାଏ । ଅଧ୍ୟୟନରେ ୧୯୭୯ରୁ ୨୦୧୯ ଯାଏ ଛଅ ସାମୁଦ୍ରିକ ଅଞ୍ଚଳର ୧୧,୭୭୭ ସ୍ଥାନରେ ଭାସୁଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ଅଧ୍ୟୟନ କରାଯାଇଛି ।