ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା, ଅଭିଭାବକଙ୍କ ମଧ୍ୟରେ ତେଜିଲା ଅସନ୍ତୋଷ

Published By : Prameya-News7 Bureau | June 12, 2023 IST

ରାଇରଙ୍ଗପୁର ୧୧/୦୬: ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା । ଏଭଳି ଏକ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଳକ ସାତସୋଳ ଅଙ୍ଗନବାଡିରେ । ଯାହାକୁ ନେଇ ତେଜିଛି ଅସନ୍ତୋଷ ।

ସୂଚନା ଥଉକି, ବିଶୋଇ ମାର୍କେଟର ଜଣେ ବେପାରୀ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଯୋଗାଉଛନ୍ତି ପ୍ଲାଷ୍ଟିକ ଅଣ୍ଡା । ଆଉ ସେଇ ପ୍ଲାଷ୍ଟିକ ଅଣ୍ଡାକୁ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରସୂତିଙ୍କୁ ବଣ୍ଟନ କରାଯାଉଛି । ରବର ଭଳିଆ ଟାଣ ଅଣ୍ଡା ଗୁଡିକ ପ୍ଲାଷ୍ଟିକରେ ତିଆରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

wp:html /wp:html

ଗୋଟେପଟେ ସରକାର ମହିଳା ଓ ଶିଶୁ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପୁଷ୍ଟିକର ଖାଦ୍ୟ ଯୋଗାଉଥିବା ବେଳେ ବେପାରୀ ମାନେ ଅର୍ଥଲୋଭରେ ଲୋକଙ୍କ ଜୀଵନ ସହ ଖେଳୁଛନ୍ତି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଅପରାଧୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.