ମାସେ ପୂରିବାକୁ ବସିଲାଣି , ହେଲେ ଆସିପାରୁନି ପ୍ଲାଷ୍ଟିକର ବିକଳ୍ପ
Published By : Prameya-News7 Bureau | October 23, 2018 IST
ଭୁବନେଶ୍ଵର;୨୩/୧୦- ଗାନ୍ଧୀଙ୍କ ୧୪୯ ତମ ଜନ୍ମ ଦିବସରେ ଗାନ୍ଧୀଙ୍କ ନାଁ ନେଇ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଶପଥ ନେଲେ ପ୍ଲାଷ୍ଟିକ୍ ବ୍ୟାନ ଲାଗି । ଗାନ୍ଧୀ ଜୟନ୍ତୀଠୁ ଏ ଯାଏ କିଛି ଦିନ ବିତି ବି ଗଲାଣି । ଆଉ ମାସେ ପୂରିବାକୁ ଆଉ ଅଳ୍ପଦିନ ବାକି ଅଛି । କିନ୍ତୁ ପ୍ଳାଷ୍ଟିକ୍ କୁ ନେଇ କ୍ଷୁଦ୍ର ବ୍ୟବସାୟୀ ଏବଂ ବ୍ୟବହାରକାରୀ ଏବେ ଦେ।ଦେ। ପାଞ୍ଚ । ଏମିତି କିଛି ଜିନିଷ ଅଛି ଯାହାକୁ ପଲିଥିନି ବିନା କେମିତି ଆଣିବେ । ଯଥା ମାଂସ, ମାଛ କିମ୍ବା ଡ଼ାଲି ,ତରାକାରୀ । ଏପଟେ ସରାକରୀ କାଇଦା କଟକଣାକୁ ବି ଭୟ ।ପ୍ଲାଷ୍ଟିକ୍ ବ୍ୟାନ୍ ହେବାର ୨୨ ଦିନ ବିତିଲାଣି କିନ୍ତୁ ତାର ବିକଳ୍ପ ଆସିପାରିନି ଏଯାଏ ମାର୍କେଟକୁ । ଯଦି ବି ଆସିଛି ଶତ ପ୍ରତିଶତ ଆସିଛି ବେ।ଲି ଆମେ କହିପାରିବା ନାହିଁ । ପ୍ରଥମ ଚିନ୍ତା ଘାରିଛି କ୍ଷୁଦ୍ର ବ୍ୟବସାୟୀଙ୍କୁ । କାରଣ ସରକାରଙ୍କ ନିୟମ ଅନୁଯାୟୀ ଯଦି ବ୍ୟବସାୟୀ ୫୦ ମାଇକ୍ରନ ତଳକୁ ଥିବା ପଲିଥିନ କିମ୍ବା ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରୀ କରିପାରିବେ ନାହିଁ । ଯଦି ଛେ।ଟ ବ୍ୟବସାୟୀ ଧରାପଡ଼ନ୍ତି ତେବେ ତେବେ ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଯେ।ରିମାନା ଆଉ ତିନି ମାସ ଜେଲ୍ ଦଂଡ଼ ମିଳିବ । ସେହିପରି ବଡ଼ ବ୍ୟବବସାୟୀଙ୍କୁ ୫ ବର୍ଷ ଜେଲ୍ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେ।ରିମାନା ଦେବାକୁ ପଡ଼ିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ବ୍ରହ୍ନପୁର, ପୁରୀ,ସମ୍ବଲପୁର ଏବଂ ରାଉରକେଲାରେ ପ୍ଲାଷ୍ଟିକ୍ କୁ ବ୍ୟାନ କରାଯାଇଛି । ଏହି ସହର ମାନଙ୍କରେ ପାଣି ପାଉଚ୍, ୫ ଶହ ଗ୍ରାମ ଓଜନର ପାଣି ବେ।ତଲ,ପ୍ଲାଷ୍ଟିକ୍ କପ୍, ଚାମଚ, ପ୍ଲେଟ୍, ଷ୍ଟ୍ର, ଗ୍ଲାସ ଆଦି ବ୍ୟାନ କରାଯାଇଛି । ଏହାଛଡ଼ା ଖାଦ୍ୟପଦାର୍ଥ ପ୍ୟାକେଜିଙ୍ଗ, ଦୁଗ୍ଧ ଜାତୀୟ ପଦାର୍ଥ ନେବା ଆଣିବା ପାଇଁ ପ୍ଲାଷ୍ଟିକ୍ ବ୍ୟବହାର କରିବା ମଧ୍ୟ ବ୍ୟାନ୍ କରାଯାଇଛି । ମାନେ ଏସବୁ ଜିନିଷ ପାଇଁ ୫୦ ମାଇକ୍ରନ ତଳକୁ ପ୍ଲାଷ୍ଟିକ ବ୍ୟବହାର ହେ।ଇପାରିବନି । କେବଳ ରକ୍ତ ଥଳୀ, କୃଷି, ମେଡ଼ିସିନ୍, ସ୍ବାସ୍ଥ୍ର ଆଦି କିଛି କ୍ଷେତ୍ରରେ ଏହାକୁ କେ।ହଳ କରାଯାଇଛି । କେବଳ ଏତିକି ନୁହେଁ ଏହି କାଟାଗରୀର ପ୍ଲାଷ୍ଟିକ୍ ଉତ୍ପାଦନକୁ ମଧ୍ୟ ବ୍ୟାନ୍ କରାଯାଇଛି । ତେବେ ପ୍ଲାଷ୍ଟିକ୍ର ପୂରା ବିକଳ୍ପ ଏଯାଏ ମାର୍କେଟକୁ ଆସିପାରନିଥିବାରୁ ଖୁଛୁରା ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି । ତେବେ ପ୍ଲାଷ୍ଟିକ୍ ବଦଳରେ ନେ। ଓଭେନ୍ ଆସୁଛି ଯାହାକି ବହୁ ଦାମୀ ରହୁଛି ଏବଂ କ୍ଷତି ସହିବାକୁ ପଡ଼ୁଛି ବେ।ଲି କହିଛନ୍ତି ।