ଆଜିଠାରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ କଟକଣା

Published By : Prameya-News7 Bureau | October 02, 2018 IST

ଭୁବନେଶ୍ବର ୨|୧୦: ଆଜିଠାରୁ ଓଡିଶାରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟାନ୍ ହେବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ ସହରରେ  ଏହି ପ୍ରତିବନ୍ଧକ ଲାଗିବ । ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ସହର ଗୁଡିକରେ ଏହି ପ୍ରତିବନ୍ଧକ କାର୍ଯ୍ୟକାରୀ ହେବ । ତେବେ ୫୦ ମାଇକ୍ରନ୍ ତଳକୁ ଥିବା ପଲିଥିନ୍ ବ୍ୟବହାର ଉପରେ ଏହି ପ୍ରତିବନ୍ଧକ ଲାଗୁହେବ। ସେହିଭଳି ୨୦୦ ମିଲିଲିଟର ତଳକୁ ପ୍ଲାଷ୍ଟିକ ବଟଲ୍ ତିଆରି ଓ ବ୍ୟବହାର ଉପରେ ମଧ୍ୟ ଏହି ପ୍ରତିବନ୍ଧକ ଲାଗିବ । ଏହାଠାରୁ ଅଧିକ ମିଲିଲିଟର ପ୍ଲାଷ୍ଟିକ ବୋତଲ କୌଣସି ଦୋକାନୀ କିମ୍ବା କଂପାନୀ ତିଆରି ଓ ବ୍ୟବହାର କଲେ ଏହା ଗ୍ରାହକଙ୍କ ଠାରୁ ସଂଗ୍ରହ କରିବା ବ୍ୟବସ୍ଥା କରିବେ । ମାସେ ପର୍ଯ୍ୟନ୍ତ ଜରିମାନା ଆଦାୟ ଓ ଗିରଫଦାରି ଉପରେ ସରକାର କୋହଳ ମନୋଭାବ ପୋଷଣ କରିଛନ୍ତି । ସେତେ ପର୍ଯ୍ୟନ୍ତ ଏ ଦିଗରେ ବିଭିନ୍ନ ଦୋକାନୀ, କଂପାନୀ ଓ ଲୋକଙ୍କୁ ସଚେତନ କରାଯିବ । ବିଭିନ୍ନ ମ୍ୟୁନିସପାଲଟି ଓ ଏନଏସି କର୍ତ୍ତୃପକ୍ଷ ଏନେଇ ସଚେତନତା ସୃଷ୍ଟି କରିବେ ।   ନଭେମ୍ବର ୨ ପରେ କିନ୍ତୁ ପ୍ଲାଷ୍ଟିକ୍ ଓ ପିଲିଥିନ୍ ତିଆରି କରୁଥିବା କଂପାନୀ ଓ ବିକ୍ରି କରୁଥିବା ଦୋକାନୀ ଉପରେ ଜରିମାନା ଆଦାୟ ସହ ୫ ବର୍ଷ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯିବ । ଜିଲ୍ଲାପାଳ, ଉପଜିଲ୍ଲାପାଳ, ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡର ସଦସ୍ୟଙ୍କୁ ଚଢାଉ ଓ ଜରିମାନା ଆଦାୟ ପାଇଁ କ୍ଷମତା ଦିଆଯାଇଛି । ସେହି ପିଲିଥିନରେ ବିକଳ୍ପ ଭାବେ ଠୁଙ୍ଗା, କାଗଜ ଖଲି, କାଗଜ ବ୍ୟାଗ, ପତ୍ର ଖଲି ଆଦି ବ୍ୟବହାର କରିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.