ଅକ୍ଟୋବର ୨ରୁ ରାଜ୍ୟର ୫ଟି ମହାନଗର ନିଗମରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହେବ
30/09/2018 at 11:20 AM

ଭୁବନେଶ୍ୱର ୩୦/୯ : ଅକ୍ଟୋବର ୨ରୁ ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ବର,କଟକ,ବ୍ରହ୍ମପୁର,ରାଉରକେଲା ଓ ସମ୍ବଲପୁର ସମେତ ପୁରୀ ପୌରପାଳିକାରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହେବ । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ପ୍ଲାଷ୍ଟିକ ନିଷେଧ ନେଇ ସେପ୍ଟେମ୍ବର ୫ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁମାନଙ୍କ ନିକଟରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀଠାରୁ ଅଧିକ ମାଇକ୍ରନର ପଲିଥିନ୍ ଓ ପ୍ଲାଷ୍ଟିକ୍ ରହିଛି ତାକୁ ଆସନ୍ତା ମାସକ ଭିତରେ ଶେଷ କରିବାକୁ କୁହାଯାଇଛି। କୌଣସି ବ୍ୟବସାୟୀ ୫୦ ମାଇକ୍ରନରୁ କମ୍ ପଲିଥିନ୍ ବ୍ୟବହାର କରିପାରିବେନି। ଲୋକେ ଯେପରି ପ୍ଲାଷ୍ଟିକ ନିଷେଧ ନେଇ ସଚେତନ ହେବେ ସେଥିପାଇଁ ଆସନ୍ତା ବର୍ଷକ ପାଇଁ ପ୍ରତ୍ୟେକ ସିନେମା ହଲରେ ଏନେଇ ବିଜ୍ଞାପନ ପ୍ରସାରଣ ହେବ।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023