ବିପିଏଲ ପରିବାର ଓ ଆବଶ୍ୟକୀୟ ପରିବାରଙ୍କୁ କରୋନା ଚିକିତ୍ସା ପାଇଁ ନିଃଶୁଳ୍କ ଦିଆଯିବ ପ୍ଲାଜମା

Published By : Prameya-News7 Bureau | August 19, 2020 IST

ଗୁରୁଃଗ୍ରାମ ୧୯/୦୮ : ଯେଉଁମାନଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଛି ସେମାନେ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବାକୁ ଆଗକୁ ଆସନ୍ତୁ ବୋଲି ଡେପୁଟି କମିଶନର ଅମିତ ଖତ୍ରୀ କହିଛନ୍ତି | ଗୁରୁଃଗ୍ରାମ ଜିଲ୍ଲାରେ ରୋଟାରୀ ବ୍ଲଡ ବ୍ୟାଙ୍କ ସହଯୋଗରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ କରାଯାଇଛି | ଏବେ ସୁଦ୍ଧା ୪୨ ଜଣ ପ୍ଲାଜମା ଦାନ କରିବାକୁ ଆଗକୁ ଆସିଛନ୍ତି | ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ପ୍ଲାଜମା ନିଆଯାଇଛି | ବର୍ତ୍ତମାନ ୩୮ ୟୁନିଟ ପ୍ଲାଜମା ପ୍ରସ୍ତୁତ ଅଛି ଯେଉଁଥିରୁ ୩୪ ୟୁନିଟ ଆବଶ୍ୟକୀୟଙ୍କୁ ଦିଆଯାଇଛି |

ଡେପୁଟି କମିଶନର କହିଛନ୍ତି ଯେ ରୋଟାରୀ ବ୍ଲଡ ବ୍ୟାଙ୍କରେ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବହୁତ କମ ଅଛି | ଗଣମାଧ୍ୟମ ଜରିଆରେ ସେ ଜିଲ୍ଲାବାସୀଙ୍କୁ ଅପିଲ କରି କହିଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ପ୍ଲାଜମା ଦାନ କରିବା ଉଚିତ | ବିପିଏଲ ପରିବାର ବା ଦରିଦ୍ର ସୀମା ରେଖା ତଳେ ଥିବା ପରିବାର ଏବଂ ଆବଶ୍ୟକୀୟଙ୍କୁ ନିଃଶୁଳ୍କ ପ୍ଲାଜମା ଦିଆଯିବ |

ପ୍ଲାଜମା ପାଇଁ ୮୫୦୦ ଟଙ୍କା ନିର୍ଧାରିତ କରାଯାଇଛି | କିନ୍ତୁ କୌଣସି ବିପିଏଲ ପରିବାର କିମ୍ବା ଆବଶ୍ୟକୀୟ ଗରିବ ପରିବାର ଯାହାକୁ ପ୍ଲାଜମା ଆବଶ୍ୟକ ଏବଂ ସେମାନଙ୍କୁ ପ୍ଲାଜମା ବ୍ୟାଙ୍କରୁ ନିଃଶୁଳ୍କ ପ୍ଲାଜମା ଦିଆଯିବ | ପ୍ଲାଜମା ଦାନ କରିବାରେ କାହାକୁ ଭୟ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି | ଏହା ଏକ ସାଧାରଣ ତରିକା ଏବଂ ସାଧାରଣ ରକ୍ତଦାନ ଭଳି ପ୍ଲାଜମା ଦିଆଯାଇଥାଏ |

କରୋନା ରୋଗୀଙ୍କ ସୁସ୍ଥହାର ସମ୍ପର୍କରେ ଅମିତ ଖତ୍ରୀ କହିଛନ୍ତି ଯେ କରୋନା ରୋଗୀଙ୍କ ସୁସ୍ଥହାର ବର୍ତ୍ତମାନ ୯୨ ପ୍ରତିଶତ ହୋଇଛି | କଣ୍ଟେନମେଣ୍ଟ ଜୋନ ନିୟମରେ କରାଯାଇଥିବା ପରିବର୍ତ୍ତନ ସମ୍ପର୍କରେ ସେ କହିଛନ୍ତି ଯେ ପୂର୍ବରୁ କଣ୍ଟେନମେଣ୍ଟ ଜୋନକୁ ଡି-ନୋଟିଫାଏ ହେବାପାଇଁ ୨୮ ଦିନ ଲାଗୁଥିଲା | କିନ୍ତୁ ଏବେ ୧୪ ଦିନ ଲାଗୁଚି | ସେଥିପାଇଁ ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ମଧ୍ୟ କମିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.