ଏହି ଗଛକୁ ଘରେ କିମ୍ବା ଘର ବଗିଚାରେ ଲଗାଇବା ଅନୁଚିତ୍‌, ନଚେତ୍‌ ଘରକୁ ଆସିପାରେ ବଡ ବିପତ୍ତି

Published By : Prameya-News7 Bureau | July 31, 2024 IST

ନୂଆଦିଲ୍ଲୀ ୩୧।୦୭: ଘର ଚାରିପାଖରେ ଗଛ ଲଗାଇବାକୁ ଅନେକଙ୍କୁ ବେଶ୍‌ ପସନ୍ଦ । କିନ୍ତୁ ଅଜାଣତରେ କିଛି ଲୋକ ଘରେ ଏପରି କିଛି ଗଛ ଲଗାଇଥାନ୍ତି ଯାହା ଦୁର୍ଭାଗ୍ୟ ଡାକି ଆଣିଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ କେତେକ ଗଛ ରହିଛି ଯାହାକୁ ବଗିଚାରେ ଲଗାଇବା ଦ୍ବାରା ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହି ଗଛଗୁଡିକ ପ୍ରଗତି, ଚାକିରି ଏବଂ ବ୍ୟବସାୟ ଉପରେ ଭାରୀ ପଡିଥାଏ । ଆସନ୍ତୁ ଜାଣିବା ସେହି ଗଛ ଗୁଡିକ ବିଷୟରେ ଯାହାକୁ ଆଦୌ ଘର ବଗିଚାରେ ଲଗାଇବା ଉଚିତ୍ ନୁହେଁ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ଭିତରେ ଅରଖ ଗଛ ଲଗାଇବା ଠିକ ନୁହେଁ । ଅରଖ ଗଛର କ୍ଷୀର ବାହାରିବା କାରଣରୁ ଘରେ ଚିନ୍ତାର ପରିବେଶ ବଢିଥାଏ । ଏହାସହିତ ପରିବାରରେ କୌଣସି କାରଣ ନ ଥାଇ ସର୍ବଦା ମତଭେଦ ଦେଖାଯାଏ । ତେଣୁ ଭୁଲରେ ମଧ୍ୟ ଘର ଭିତରେ ଅରଖ ଗଛ ଲଗାନ୍ତୁ ନାହିଁ।

କପା ଗଛ ଦେଖିବାକୁ ବହୁତ ସୁନ୍ଦର । ବାସ୍ତୁଶାସ୍ତ୍ରରେ ଏହି ଗଛ ଖରାପ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଘରେ କପା ଗଛ ଲଗାଇବା ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରିପାରେ। ଏହାବ୍ୟତୀତ ଋଣ ମଧ୍ୟ ବୃଦ୍ଧି ପାଇପାରେ । ତେଣୁ କପା ଗଛକୁ ଘର ପାଖରେ କିମ୍ବା ଘର ବଗିଚାରେ ଲଗାଇବା ଉଚିତ୍‌ ନୁହେଁ ।  

ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ପାଖରେ କିମ୍ବା ବଗିଚାରେ ଲାଜକୁଳି ଗଛ ଲଗାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହି ଗଛ ଲଗାଇବା ଦ୍ବାରା ପରିବାରରେ ସର୍ବଦା ମତଭେଦ ସୃଷ୍ଟି ହୋଇଥାଏ । 

ସେହିପରି ଘର ଭିତରେ ତେନ୍ତୁଳି ଗଛ ଲଗାଯିବା ଉଚିତ୍ ନୁହେଁ । ବାସ୍ତୁ ଅନୁଯାୟୀ ତେନ୍ତୁଳି ଗଛ  ଘର ପାଇଁ ବିପଦ ଡାକି ଆଣେ । କୁହାଯାଏ ଯେ ତେନ୍ତୁଳି ଗଛ ଲଗାଇବା ଦ୍ୱାରା ଘରକୁ ନକାରାତ୍ମକତା ପ୍ରଭାବ ଆସିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.