ଝିଅ ଜନ୍ମ ଖୁସିରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ

Published By : Prameya-News7 Bureau | November 06, 2019 IST

ଭଦ୍ରକ ୬/୧୧: ଅଭିନବ ଉପାୟରେ ପାଳିଲେ ଝିଅର ଏକୋଇଶିଆ । ଫନି ମହାବାତ୍ୟାର ବିଭୀଷିକା ତାଙ୍କୁ ଆନ୍ଦୋଳିତ କରିଥିଲା।  ଗଛଗୁଡିକ ଭାଙ୍ଗିବା ସହ ବହୁ କ୍ଷୟକ୍ଷତି ହୋଇଥିଲା । ସେହି ଦିନରୁ ସେ ବୃକ୍ଷରୋପଣ ଦିଗରେ ଲୋକଙ୍କୁ ପ୍ରୋତ୍ସାହିତ କରୁଥିଲେ ।

{"id":179996}

ଆଉ ଝିଅ ଜନ୍ମ ହେଲେ କେତେକ ଲୋକ ମନ ଦୁଖ କରୁଥିବା ବେଳେ ଭଦ୍ରକ ଜିଲ୍ଲାର ଜନୈକ ବାସିନ୍ଦା ନିଜ ଝିଅ ଜନ୍ମ ହେବାର ଏକୋଇଶିଆ ପାଳନ ଅବସରରେ ଗଛ ଲଗାଇଲେ ,ଚାରା ବାଣ୍ଟିଲେ ଆଉ ଅନାଥାଶ୍ରମରେ ଫଳ ବଣ୍ଟନ କଲେ । ବିଭିନ୍ନ ସମୟ ରେ ପ୍ରାକୃତିକ ଦୁର୍ବିପାକବେଳେ ଗଛ ଗୁଡିକ ଭାଙ୍ଗି ଯାଉଛି , ରାସ୍ତା କାମ ବେଳେ ଗଛ କଟାଯାଉଛି ।  ସେଥିପାଇଁ ପରିବେଶର ସୁରକ୍ଷା ପାଇଁ ସେ ନିଜ ଗାଁରେ ୫୦୧ ଗଛ ଚାରା ବଣ୍ଟନ କରିଛନ୍ତି ।

{"id":179998}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.