ବୃକ୍ଷ,ଲତା ଓ ବନସ୍ପତି ଆମକୁ ପ୍ରାକୃତିକ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତି । ହଜାର ହଜାର ବର୍ଷରୁ ଭାରତରେ ପ୍ରାକୃତିକ ଚିକିତ୍ସା ବ୍ୟବସ୍ଥା ପ୍ରଚଳିତ ଥିବା ବେଳେ ବୃକ୍ଷ,ଲତା, ଗୁଳ୍ମ ଓ ବନସ୍ପତି ବ୍ୟବହାର କରାଯାଇ ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସା ହୋଇ ଆସୁଛି। ତେବେ ଆମମାନଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ବରଦାନ ଦେଉଥିବା ଏହି ସବୁ ବୃକ୍ଷଲତା ଏବେ ସୁପର ବଗ ବାହକ ବୋଲି ଜଣାପଡିଛନ୍ତି। ଏଣୁ ସୁସ୍ଥ ରହିବା ପାଇଁ ଆମେ ଖାଉଥିବା ସବୁଜ ପନିପରିବା ଓ ଅସୁସ୍ଥତା ବେଳେ ସୁସ୍ଥ ହେବା ପାଇଁ ଖାଉଥିବା ପଥି ଯେ ଏବେ ଆମ ପାଇଁ ଘାତକ ନ ହେବେ ତାହା କୁହାଯାଇପାରିବ ନାହିଁ ।
{"id":127883}ସୁପରବଗ୍ ଆଣ୍ଟିବୋୟାଟିକ୍ ରେଜିଷ୍ଟାଣ୍ଟ । ଏଣୁ ଏମାନଙ୍କ ଯୋଗୁ ଶରୀରରେ ହେଉଥିବା ରୋଗ ସହଜରେ ଭଲ ହୋଇ ନଥାଏ। ଏଣୁ ଆମକୁ ଦୀର୍ଘ ଦିନ ରୋଗ ଭୋଗିବାକୁ ପଡେ ଓ କେତେକ ସ୍ଥଳରେ ଆଣ୍ଟିବୋୟାଟିକ କାମ ନ କରିବା ଯୋଗୁ ରୋଗୀକୁ ବ଼ଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡେ। ଏହି ସୁପରବଗ ଆମ ଦେହକୁ ପନିପରିବା, ଫଳ, ସାଗ ଓ ବନ ସ୍ପତି ମାଧ୍ୟମରେ ପ୍ରବେଶ କରିବା ସହ ଘାତକ ଭୂତାଣୁଙ୍କ ପାଇଁ ମଧ୍ୟ ପଥ ପରିସ୍କାର କରିଦେଉଛନ୍ତି। ଏଣୁ ଆମେ ଏବେ ଅନେକ ସମୟରେ ଭାଇରାଲ ରୋଗବେମାରୀର ଶିକାର ହେଉଛେ।
{"id":127884}ତେବେ ବନସ୍ପତି, ବୃକ୍ଷଲତା ମାଧ୍ୟମରେ ସୁପରବଗ୍ ବ୍ୟାପୁଥିବା ନେଇ ପ୍ରଥମ ଥର ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି। ଏହି ସୁପରବଗ୍ ଦୂଷିତ ପନିପରିବା ଅଥବା ଫଳ ଖାଇବା ଯୋଗୁ ହେଉଥିବା ଥଣ୍ଡା,କାସ ଅଥବା ଡାୟରିଆ ଭଳି ନୁହେଁ । ଏମାନେ ବର୍ଷ ବର୍ଷ ଧରି ଆମ ଅନ୍ତରେ ରହି ୟୁରିନ ଇନଫେକ୍ସନ ଭଳି ସମସ୍ୟା ସୃଷ୍ଟିକରିପାରନ୍ତି। ଯାହାର ଚିକିତ୍ସା କରିବା ପରେ କଷ୍ଟକର ହୋଇପାରେ। ତେବେ ମଣିଷ ଶରୀରକୁ ଏହି ସୁପରବଗ କିପରି ପ୍ରବେଶ କରୁଛନ୍ତି ତାର ଅନୁଧ୍ୟାନ ବେଳେ ପ୍ଲାଣ୍ଟ ବେସଡ ଫୁଡ ହିଁ ବାହକ ଭଳି କାମ କରୁଥିବା ପ୍ରଥମ ଥର ଜଣାପଡିଛି। ଏଣୁ ହାଟ ବଜାରରୁ ଚାଷୀଙ୍କ ଉତ୍କୃଷ୍ଟ ଚାଷ ପ୍ରଣାଳିରେ ଉତ୍ପାଦିତ ପନିପରିବା ବଦଳେ ଘରେ ସୁସ୍ଥ ପରିବେଶରେ ଫୁଲ କୁଣ୍ଡରେ ବିନା ସାର ଓ କୀଟନାସକ ପ୍ରୟୋଗ କରି ନିଜ ପାଇଁ ପନିପରିବା ଓ ଫଳ ଉତ୍ପାଦନ କରି ଖାଇବା ଅଭ୍ୟାସ କରିବା ଏବେ ଜରୁରି ହୋଇପଡିଛି।