LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୮ ଦିନ ପରେ ଆକାଶରେ ଘଟିବ ଚମତ୍କାର! ପୃଥିବୀରେ ନଜର ଆସିବ ସୌରମଣ୍ଡଳ, ଏକାଠି ଦେଖାଯିବେ ୫ ଗ୍ରହ

21/03/2023 at 3:53 PM

ନୂଆଦିଲ୍ଲୀ ୨୧/୦୩: ଯଦି ଆପଣ ଜ୍ୟୋତିର୍ବିଜ୍ଞାନରେ ରୁଚି ରଖନ୍ତି, ଗ୍ରହ ନକ୍ଷତ୍ର ବିଷୟରେ ଜାଣିବାକୁ ପସନ୍ଦ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ । ଆପଣ ଆକାଶରେ ଏକ ବିରଳ ଚମତ୍କାର ଦୃଶ୍ୟ ଦେଖିବାର ସୁଯୋଗ ପାଇବେ ।

ଆସନ୍ତା ମାର୍ଚ୍ଚ ୨୮ରେ, ପୃଥିବୀରେ ଦୃଶ୍ୟମାନ ହେବ ସୌର ମଣ୍ଡଳ । ଆହୁରି ମଧ୍ୟ ପାଞ୍ଚଟି ଗ୍ରହ ସିଧାସଳଖ ସରଳରେଖାରେ ରହିବେ । ଯାହା ସାରାରାତି ପୃଥିବୀରୁ ଦେଖିବାର ସୁଯୋଗ ମିଳିବ । ଷ୍ଟାରୱାଲ୍ ଅନୁଯାୟୀ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ୟୁରେନ୍ସ ୫୦ଡିଗ୍ରୀ ବିଶିଷ୍ଟ ଏକ ଛୋଟିଆ ସ୍ଥାନରେ ନଜର ଆସିବେ । ଏହି ଘଟଣା କେବେ ଏବଂ କିପରି ଦେଖାଯିବ ଆସନ୍ତୁ ଜାଣିବା ।

ମାର୍ଚ୍ଚ ୨୮ରେ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଆକାଶରେ ନଜର ଆସିବ ବିରଳ ଘଟଣା । ଶୁକ୍ର ଏହି ପାଞ୍ଚଟି ଗ୍ରହ ମଧ୍ୟରେ ଉଜ୍ଜ୍ୱଳ ହେବାର ସମ୍ଭାବନା ଅଛି । ବୁଧ ଏବଂ ବୃହସ୍ପତି ରାଶି ନିକଟରେ ଦେଖିବାକୁ ମିଳିବ । ତଥାପି, ୟୁରେନ୍ସସ୍ ଚିହ୍ନିବା ଟିକେ କଷ୍ଟସାଧ୍ୟ ହୋଇପାରେ । ମଙ୍ଗଳ ଏବଂ ଚନ୍ଦ୍ର ଅତି ନିକଟରୁ ଦେଖାଯିବ । ଏଡିନବର୍ଗ ୟୁନିଭରସିଟିର ବେଥ୍ ବିଲର୍ ମେଲ ଅନଲାଇନକୁ କହିଛନ୍ତି ଯେ ଇଭେଣ୍ଟ ସମୟରେ କେତେକ ଗ୍ରହ ଅନ୍ୟମାନଙ୍କ ତୁଳନାରେ ଅଧିକ ଦୃଶ୍ୟମାନ ହେବେ । ଉଭୟ ଶୁକ୍ର ଏବଂ ବୃହସ୍ପତିର ଉଜ୍ଜ୍ୱଳତା ଅଧିକ ରହିବ ।

ଖାଲି ଆଖିରେ ବି ଦେଖିହେବ:
ସାଧାରଣତ ସମସ୍ତ ପାଞ୍ଚଟି ଗ୍ରହ ସିଧାସଳଖ ଏକାସଂଗେ ଦୃଶ୍ୟମାନ ହୁଏ ନାହିଁ । କିନ୍ତୁ ଯେତେବେଳେ ପୃଥିବୀରୁ ଦେଖାଯାଏ, ସେମାନେ ପ୍ରାୟ ଏକ ଗୋଲେଇ ଆକାରରେ ନଜର ଆସିଥାନ୍ତି । ଆହୁରି ଗୋଟିଏ ଭଲ ଖବର ହେଉଛି ଜ୍ୟୋତିର୍ବିଜ୍ଞାନୀମାନେ କହୁଛନ୍ତି ଯେ ଏହି ଗ୍ରହମାନଙ୍କର ସ୍ଥିତିକୁ ବିଶେଷ ଯନ୍ତ୍ର ବିନା ମଧ୍ୟ ଦେଖିବାର ସୁଯୋଗ ମିଳିବ । କିନ୍ତୁ ୟୁରେନ୍ସକୁ ଦେଖିବାକୁ ଦୂରବିକ୍ଷଣ ଯନ୍ତ୍ରର ଆବଶ୍ୟକ ପଡିବ ।
ଆଗକୁ ବି ଦେଖିବାର ସୁଯୋଗ ମିଳିବ:
ମାର୍ଚ୍ଚ ୨୮ରେ ହେବାକୁ ଥିବା ବିରଳ ଦୃଶ୍ୟକୁ ବୃହତ ଗ୍ରହ ସଂରେକ୍ଷଣ ଭାବେ ବିବେଚନା କରାଯାଏ । ୫ ରୁ ୬ଗ୍ରହ ଏକ ସମୟରେ ସୂର୍ଯ୍ୟର ଗୋଟିଏ ପାର୍ଶ୍ୱରେ ଥିବା ଦୃଶ୍ୟମାନ ହେବ । ଏମିତି ଏକ ଘଟଣା ଘଟିଥିଲା ଜୁନ୍ ୨୦୨୨ରେ । ଯେଉଁଠି ସମସ୍ତ ପାଞ୍ଚଟି ଗ୍ରହ, ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଏକତ୍ର ଆକାଶରେ ଦୃଶ୍ୟମାନ ହୋଇଥିଲେ । ବୁଧ, ୟୁରେନ୍ସ, ତେବେ ଆସନ୍ତା ଏପ୍ରିଲ୍ ୧୧ରେ ଶୁକ୍ର, ମଙ୍ଗଳ ଏକାଠି ଦେଖାଯିବ । ପରେ ୨୪ ଏପ୍ରିଲରେ ବୁଧ, ୟୁରେନ୍ସ, ଶୁକ୍ର ଏବଂ ମଙ୍ଗଳ ଦେଖାଯିବେ । ସେହିଭଳି ମେ ୨୯ରେ ୟୁରେନ୍ସ, ବୁଧ, ବୃହସ୍ପତି, ଶନି ଏବଂ ଜୁନ୍ ୧୭ ରେ ବୁଧ, ୟୁରେନ୍ସ, ବୃହସ୍ପତି, ନେପଟୁନ୍ ଏବଂ ଶନି ଦୃଶ୍ୟମାନ ହେବ ।

   Related Posts