ନୂଆଦିଲ୍ଲୀ: ମହାକାଶରେ ଅନେକ ଅଜଣା ରହସ୍ୟ ଭରିରହିଛି। ଯାହା ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିପାରିନାହିଁ । ଏହି ସବୁ ରହସ୍ୟକୁ ଜାଣିବାପାଇଁ ବୈଜ୍ଞାନିକମାନେ ଅନବରତ ପ୍ରୟାସ ଜାରିରଖିଛନ୍ତି । ଆଉ ଏହି କ୍ରମରେ ବୈଜ୍ଞାନିକମାନେ ଏଭଳି ଏକ ମହାକାଶୀୟ ପ୍ରଣାଳୀର ଆବିଷ୍କାର କରିଛନ୍ତି ଯାହା ଉତ୍ତପ୍ତ ବୃହସ୍ପତି ଏବଂ ଗ୍ରହ ଓ ନକ୍ଷତ୍ରମାନଙ୍କର ଅଧ୍ୟୟନରେ ଅଦ୍ଭୁତପୂର୍ବ ତଥ୍ୟ ପ୍ରଦାନ କରିପାରିବ। ତେବେ ନିକଟରେ ହୋଇଥିବା ଏହି ଅଧ୍ୟୟନର ତଥ୍ୟ ନେଚର୍ ଆଷ୍ଟ୍ରୋନୋମି ପତ୍ରିକାରେ ପ୍ରକାଶ ପାଇଛି ।
ବୈଜ୍ଞାନିକମାନେ ଯେଉଁ ମହାକାଶୀୟ ପ୍ରଣାଳୀର ଆବିଷ୍କାର କରିଛନ୍ତି ତାହା ହେଉଛି ବାହ୍ୟଗ୍ରହ ଶ୍ରେଣୀର ଉତ୍ତପ୍ତ ବୃହସ୍ପତି । ଏହା ପ୍ରାୟତଃ ଆମ ସୌର ମଣ୍ଡଳରେ ଥିବା ବୃହସ୍ପତି ଭଳି, କିନ୍ତୁ ବୃହସ୍ପତି ତୁଳନାରେ ଅନେକ ଗୁଣା ଉତ୍ତପ୍ତ । ଏପରି ଏଥିପାଇଁ, କାରଣ ଏହି ଉତ୍ତପ୍ତ ବୃହସ୍ପତି ନିଜ ନିଜ ନକ୍ଷତ୍ରର ଅତ୍ୟନ୍ତ ନିକଟରେ ରହିଥାନ୍ତି । ଫଳରେ ସେମାନଙ୍କ ପୃଷ୍ଠ ତାପମାତ୍ରା ଅତ୍ୟଧିକ ରହିଥାଏ । ଆଉ ପୁଣି ନିଜର ନିକଟରେ ଥିବା ନକ୍ଷତ୍ରଗୁଡ଼ିକର ଉଜ୍ବଳତା ଯୋଗୁଁ ଏହି ବାହ୍ୟଗ୍ରହଗୁଡ଼ିକୁ ଅଧ୍ୟୟନ କରିବା ନକ୍ଷତ୍ରବିଜ୍ଞାନୀଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଥାଏ ।
ଆହୁରି ପଢନ୍ତୁ: ବୈଜ୍ଞାନିକଙ୍କ ଦାବି: ଆମ ସୌରଜଗତରେ ଅଛି ଆଉ ଏକ ପୃଥିବୀ !
ଚିଲୀରେ ୟୁରୋପୀୟ ସଦର୍ନ ଅବ୍ଜର୍ଭେଟୋରିର ଭେରି ଲାର୍ଜ ଟେଲିସ୍କୋପ୍ର ତଥ୍ୟରୁ ଏହି ମହାକାଶୀୟ ପ୍ରଣାଳୀର ଚିହ୍ନଟ ହୋଇଛି । ଏହି ପ୍ରଣାଳୀ ପୃଥିବୀଠାରୁ ହାରାହାରି ୧,୪୦୦ ଆଲୋକ ବର୍ଷ ଦୂରରେ ରହିଛି । ଏହି ପ୍ରଣାଳୀ ଦୁଇଟି ମହାକାଶୀୟ ପିଣ୍ଡର ସମଷ୍ଟିରେ ଗଠିତ । ଏହି ପ୍ରଣାଳୀରେ ଉତ୍ତପ୍ତ ବୃହସ୍ପତି ଭଳି ନକ୍ଷତ୍ରକୁ ପରିକ୍ରମା କରୁଥିବା ବସ୍ତୁ ରହିଛି ଯାହା ଅପେକ୍ଷାକୃତ ଉତ୍ତପ୍ତ ।
ୱିଜ୍ମାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ଅନୁସନ୍ଧାନକାରୀ ଡା. ନାମା ହାଲ୍ଲାକୌନ କହିଛନ୍ତି, ‘‘ଆମେ ଏକ ନକ୍ଷତ୍ରକୁ ପରିକ୍ରମା କରୁଥିବା ଉତ୍ତପ୍ତ ବୃହସ୍ପତି ଭଳି ଗ୍ରହ ଚିହ୍ନଟ କରିଛୁ ଯାହା ଏପର୍ଯନ୍ତ ଆବିଷ୍କୃତ ସବୁଠୁ ଉତ୍ତପ୍ତ ବାହ୍ୟଗ୍ରହ । ସୂର୍ଯ୍ୟର ପୃଷ୍ଠଠାରୁ ଏହା ପ୍ରାୟ ୨,୦୦୦ ଡିଗ୍ରୀ ଅଧିକ ଉତ୍ତପ୍ତ । ଏହି ଦ୍ୱେତମଣ୍ଡଳରେ ଦୁଇଟି କ୍ଷୁଦ୍ର ଗ୍ରହ ରହିଛି । ଅନ୍ୟ ଉତ୍ତପ୍ତ ବୃହସ୍ପତିଠାରୁ ଭିନ୍ନ ଏହି ପିଣ୍ଡର ଅଧ୍ୟୟନ କରାଯାଇ ପାରିବ, କାରଣ ଏହା ନିଜ ସଂଚାଳକ ନକ୍ଷତ୍ରଠାରୁ ବିଶାଳ ଯାହା ନିୟମିତ ନକ୍ଷତ୍ର ତୁଳନାରେ ୧୦ ହଜାର ଗୁଣ ଦୁର୍ବଳ । ଗୋଟିଏ ଧଳା କ୍ଷୁଦ୍ର ଗ୍ରହ ସୂର୍ଯ୍ୟ ଭଳି । ଅନ୍ୟଟି ହେଉଛି ଧୂସର କ୍ଷୁଦ୍ର ଗ୍ରହ, ଯାହା ବୃହସ୍ପତି ଭଳି ବିଶାଳ ଗ୍ୟାସୀୟ ପିଣ୍ଡ ଓ ଏକ କ୍ଷୁଦ୍ର ନକ୍ଷତ୍ରର ମଧ୍ୟରେ ଘନତ୍ୱଯୁକ୍ତ ବସ୍ତୁ ।
ଆହୁରି ପଢନ୍ତୁ: ଭାରତ ସହ ଟକ୍କର ଦେଇ ସୌର ଅଭିଯାନକୁ ଆଗକୁ ବଢାଇବ ଚୀନ: ଖୋଜିବ ସୂର୍ଯ୍ୟ-ପୃଥିବୀ ମାଧ୍ୟାକର୍ଷଣର କେନ୍ଦ୍ରବିନ୍ଦୁ !
ଦିନ ସମୟରେ ଏହାର ତାପମାତ୍ରା ୭,୦୦୦ ଓ ୯,୦୦୦ ସେଲ୍ସିୟସ୍ରେ ପହଞ୍ଚିଯାଏ, ଯାହା କୌଣସି ଜଣା ଗ୍ରହର ତାପମାତ୍ରାଠାରୁ ବହୁତ ଅଧିକ। ସେହିଭଳି ରାତିର ତାପମାତ୍ରା ପ୍ରାୟ ୧,୦୦୦ ଓ ୨,୭୦୦ ସେଲ୍ସିୟସ୍ ହୋଇଯାଏ। ତେବେ ଏହି ଆବିଷ୍କାର ଗ୍ରହୀୟ ବାୟୁମଣ୍ଡଳରେ ଚରମ ଅତିବାଇଗଣୀ ବିକିରଣର ପ୍ରଭାବ ଅଧ୍ୟୟନ କରିବାର ଅନନ୍ୟ ସୁଯୋଗ ପ୍ରଦାନ କରିଛି, ଯାହା ବିଭିନ୍ନ ନକ୍ଷତ୍ରବିଜ୍ଞାନ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଉଭୟ ନକ୍ଷତ୍ର ଓ ଗ୍ରହଗୁଡ଼ିକର ବିକାଶରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ।