୨୭୬ ଯାତ୍ରୀଙ୍କୁ ଧରି ମୁମ୍ବାଇରେ ପହଞ୍ଚିଲା ବିମାନ; ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକ ଥିଲା ଫ୍ଲାଇଟ୍

Published By : Prameya-News7 Bureau | December 26, 2023 IST

ମୁମ୍ବାଇ: ମାନବ ଚାଲାଣ ଅଭିଯୋଗରେ ଫ୍ୟାରିସରେ ଅଟକ ଥିବା ବିମାନ ଭାରତରେ ପହଞ୍ଚିଲା। ପ୍ରାୟ ୨୭୬ଜଣ ଯାତ୍ରୀଙ୍କୁ ଧରି ଚାର୍ଟର ଫ୍ଲାଇଟ୍ ସୁରକ୍ଷିତ ଭାବେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଛି । ଦୁବାଇରୁ ନିକାରାଗୁଆ ଯାଉଥିବା ବିମାନ ୪ଦିନ ହେଲା ଫ୍ରାନ୍ସରେ ଫସିରହିଥିଲା । ଫ୍ରାନ୍ସର ସ୍ଥାନୀୟ ସମୟ ଦ୍ବିପ୍ରହର ପ୍ରାୟ ୨.୩୦ ମିନିଟ୍‌ରେ ଏହି ବିମାନ ପ୍ୟାରିସ୍‌ର ବିଟ୍ରି ବିମାନବନ୍ଦରରୁ ଉଡ଼ାଣ ଭିରିଥିଲା ଏବଂ ମଙ୍ଗଳବାର ଭୋର ୪ଟାରେ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅବତରଣ କରିଛି ।  

wp:html /wp:html

ଜଣେ ଫ୍ରାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୁମ୍ବାଇକୁ ଉଡ଼ାଣ ଭରିବା ସମୟରେ ବିମାନରେ ୨୭୬ଜଣ ଭାରତୀୟ ଯାତ୍ରୀ ଥିଲେ । ଅନ୍ୟପଟେ ୨ଜଣ ନାବାଳିକା ସହିତ ୨୫ଜଣ ଯାତ୍ରୀ ଫ୍ରାନ୍ସରେ ଶରଣ ନେବାକୁ ଆବେଦନ କରିଥିଲେ । ତେଣୁ ସେମାନଙ୍କୁ ଫ୍ରାନ୍ସରେ ଛାଡ଼ି ଦିଆଯାଇଛି । ଫ୍ରାନ୍ସ ଗଣମାଧ୍ୟମ ମୁତାବକ, ଦୁବାଇରୁ ନିକାରାଗୁଆ ଯାଉଥିବା ବିମାନ ଫ୍ରାନ୍ସର  ବିଟ୍ରି ଏୟାରପୋର୍ଟରେ ତେଲ ଭରିବାକୁ ଅବତରଣ କରିଥିଲା । ଏହି ସମୟରେ ବିମାନକୁ ମାନବ ଚାଲାଣ ସନ୍ଦେହରେ ଅଟକ ରଖାଯାଉଥିଲା । ପ୍ୟାରିସ୍ ପୋଲିସ୍ ସମସ୍ତ ୩୦୩ ଯାତ୍ରୀଙ୍କୁ ହେପାଜତକୁ ନେଇଥିଲା । ପରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ବିରୋଧ ବିଚାର ବିଭାଗୀୟ ତଦନ୍ତ ଚାଲିଥିଲା । ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା ।

wp:embed {"url":"https://www.prameyanews7.com/tamil-nadu-youth-who-opted-for-sex-change-to-marry-techie-sets-her-ablaze/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tamil-nadu-youth-who-opted-for-sex-change-to-marry-techie-sets-her-ablaze/
/wp:embed

ଯାତ୍ରୀମାନେ ମାନବ ଚାଲାଣର ଶିକାର ହେବାର ଆଶଙ୍କା ଥିବାରୁ ବିମାନକୁ ଗୁରୁବାର (ଡିସେମ୍ବର ୨୧)ରେ ଅଟକା ଯାଇଥିଲା । ଅଭିଯୁକ୍ତମାନେ କହିଛନ୍ତି ଯେ ଜାତୀୟ ସଂଗଠିତ ଅପରାଧ ୟୁନିଟ୍ ଜୁନାଲକୋକୁ ଏହି ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ମାର୍ନେର ପୂର୍ବୋତ୍ତର ବିଭାଗର ପ୍ରଦେଶ କହିଛି ଯେ ରୋମାନିଆ କମ୍ପାନୀର ଲିଜେଣ୍ଡ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ A340 ବିମାନ ଅବତରଣ କରିବା ପରେ ବାଟ୍ରି ବିମାନବନ୍ଦରରେ ଅଟକି ରହିଥିଲା। ବିମାନଟି ଇନ୍ଧନ ଭରିବା ସମୟରେ ଅଟକାଯାଇଥିଲା । ଏଥିରେ ୩୦୩ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିଥିଲା ।

wp:embed {"url":"https://www.prameyanews7.com/earthquake-magnitude-hits-leh-ladakh-regionson-tuesday-morning/","type":"wp-embed","providerNameSlug":"prameya-news-7"}
https://www.prameyanews7.com/earthquake-magnitude-hits-leh-ladakh-regionson-tuesday-morning/
/wp:embed

ବିଟ୍ରିରେ ଫସିଥିବା ବିମାନ ମୁମ୍ବାଇ ପାଇଁ ଉଡ଼ାଣ ଭରିବା ପରେ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ଫ୍ରାନ୍ସ ସରକାରଙ୍କ ଧନ୍ୟବାଦ ଜଣାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.