ନେପାଳ ବିମାନ ଦୁର୍ଘଟଣା: ୧୪.୫ ହଜାର ଫୁଟରେ ପିଟି ହୋଇଥିଲା ବିମାନ, ଏଯାଏଁ ମିଳିଲାନି ୧୬ ମୃତଦେହ

Published By : Prameya-News7 Bureau | May 30, 2022 IST

କାଠମାଣ୍ଡୁ ୩୦/୦୫ : ନେପାଳ ବିମାନ ଦୁର୍ଘଟଣାରେ ଏଯାଏଁ ମିଳିଲାଣି ୧୬ ମୃତଦେହ । ଏବେବି ବାକି ମୃତଦେହ ଖୋଜିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥଳସେନା ଓ ବାୟୁ ସେନା ଏହି ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି । ମୁସ୍ତାଙ୍ଗ ଅଞ୍ଚଳର କୋବାନରେ କୌଣସି ଭଗ୍ନନାବଶେଷ ମିଳିନାହିଁ । ପାର୍ବତ୍ୟ ଉପରେ ଏଠି ସେଠି ପଡିଥିବା ଖଣ୍ଡବିଖଣ୍ଡିତ ମୃତେଦହ ସବୁକୁ ଏକାଠି କରି ରଖାଯାଉଛି ।

wp:gallery {"linkTo":"none"} /wp:gallery

ସକାଳେ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସେନାକୁ ସ୍ଥାନୀୟ ଲୋକେ ସହଯୋଗ କରୁଛନ୍ତି । ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନଟି ପ୍ରାୟ ୧୪,୫୦୦ ଫୁଟ ଉଚ୍ଚରେ ଧକ୍କା ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରବିବାର ଦିନ ଏହି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ।

ତାରାର ବିମାନ 9NAET ନେପାଳର ପୋଖରା ଠାରୁ ଜୋମସମ୍ ଯାଉଥିଲା । ସକାଳ ପ୍ରାୟ ୧୦ ଟା ବେଳେ ହଠାତ୍ ବିମାନଟି ନିଖୋଜ ହୋଇଯାଇଥିଲା । ଦିନସାରା ସର୍ଚ୍ଚ ଅପରେସନ୍ ପରେ ଦିନ ୪ ଟାରେ ବିମାନ କ୍ରାସ ହେବାର ଖବର ଆସିଥିଲା । ବିମାନରେ କ୍ରୁ ମେମ୍ବରଙ୍କ ସମେତ ପ୍ରାୟ ୨୨ ଜଣ ଲୋକ ଯାତ୍ରା କରୁଥିଲେ । ଏଥିମଧ୍ୟରୁ ଭାରତରୁ ୪ ଜଣ ଯାତ୍ରୀ ଥିଲେ । ବିମାନରେ ପାଇଲଟଙ୍କ ସମେତ ୩ ଜଣ କ୍ରୁ ମେମ୍ୱର ଥଇଲେ ।

କୁହାଯାଉଛି ବିମାନଟି ୩୦ ବର୍ଷ ପୁରୁଣା । ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି । ସୂଚନା ଥାଉକି, ବିମାନରେ ଥିବା ୪ ଭାରତୀୟ ଯାତ୍ରୀ ହେଉଛନ୍ତି ଓଡ଼ିଶାର ଗୋଟିଏ ପରିବାର । ସେମାନେ ଗତ ୨୬ ତାରିଖରେ ସେ ପରିବାର ସହ କାଠମାଣ୍ଡୁ ଗସ୍ତ କରିଥିଲେ । ଏମାନେ ସମସ୍ତେ ଆସନ୍ତା ୬ ତାରିଖରେ ଫେରିବାର ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.