ଯାତ୍ରୀବାହୀ ବିମାନ ଦୁର୍ଘଟଣା ! ୮୩ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା ବିମାନ

Published By : Prameya-News7 Bureau | January 27, 2020 IST

କାବୁଲ ୨୭।୦୧: ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ଥ । ଆଫଗାନିସ୍ତାନର ପୂର୍ବ ଗଜନି ଡିହି ହାକ୍ ପ୍ରାନ୍ତରେ ସୋମବାର ଦିନ ଅପରାହ୍ନ ୧.୩୦ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏରିୟାନା ଅଫଗାନ ଏୟାରଲାଇନ୍ସର ବିମାନ ବୋଲି ସୂଚନା ରହିଛି । ବିମାନରେ ୮୩ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଞ୍ଚଳଟି ତାଲିବାନ ଆତଙ୍କବାଦୀଙ୍କ ନିୟନ୍ତ୍ରଣରେ ରହିଛି । ତେବେ ଦୁର୍ଘଟଣାରେ ମୃତକଙ୍କ ତଥ୍ୟ ହସ୍ତଗତ ହୋଇନାହିଁ ।

ଆଫଗାନୀସ୍ତାନରେ ଏକ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦେସ ପୂର୍ବ ଗଜନୀ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଫଗାନୀସ୍ତାନ ସ୍ଥାନୀୟ ସମୟ ଅନୁସାରେ ଦିନ ପ୍ରାୟ ଗୋଟାଏ ୩୦ ସମୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଅଞ୍ଚଳ ତାଲିବାନର ନିୟନ୍ତ୍ରଣରେ ରହିଛି ।

ଏବେ ମୃତାହତଙ୍କ ସଂଖ୍ୟା କିଛି ଜଣା ପଡି ନାହିଁ । ଏହି ବିମାନଟି ଆଫଗାନୀସ୍ତାନ ଏୟାରଲାୟିନ୍ସର ବିମାନ । ଗଜନୀ ଅଞ୍ଚଳ ଉପରେ ଦେଇ ଏହା ଉଡାଣ ଭରୁଥିବା ସମୟରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁ ଅଞ୍ଚଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ତାହା ତାଲିବାନ ନିୟନ୍ତ୍ରଣରେ ରହିଛି । ଏଥିପାଇଁ କ୍ଷୟକ୍ଷତିରେ କୌଣସି ସୂଚନା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.