ଭୟଙ୍କର ଦୁର୍ଘଟଣା; ମଧ୍ୟରାତ୍ରିରେ ମନ୍ଦିରରେ ପିଟିହେଲା ବିମାନ, ପାଇଲଟଙ୍କ ମୃତ୍ୟୁ
6/01/2023 at 12:59 PM

ଭୋପାଳ, ୦୬/୦୧: ମଧ୍ୟପ୍ରଦେଶର ରିବା ଜିଲ୍ଲାର ଚୋରହଟା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା ହୋଇଛି। ସ୍ଥାନୀୟ ଉମରୀ ଗ୍ରାମର ମନ୍ଦିରର ଗମ୍ବୁଜରେ ମାଡ଼ ହୋଇ ଏକ ଟ୍ରେନିଂ ବିମାନ କ୍ରାସ୍ ହୋଇଛି। ଯେଉଁଥିରେ ବିମାନର ପାଇଲଟ ଗୁରୁତର ଭାବରେ ଆହତ ହୋଇଥିଲେ । ବିମାନରେ ଥିବା ଜଣେ ଟେନି ପାଇଲଟ ମଧ୍ୟ ଆହତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ତେବେ ବର୍ତ୍ତମାନ ପୋଲିସ୍ ଏହି ମାମଲାର ଯାଞ୍ଚ କରୁଛି।
ସୂଚନା ଅନୁଯାୟୀ ଘଟଣା ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୨ ଟା ସମୟରେ ଘଟିଥିଲା। କୁହାଯାଉଛି ବିମାନ ଚୋରହଟା ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା, ଯାହା ପରେ ଘନ କୁହୁଡ଼ି ଯୋଗୁଁ ପ୍ଲେନ୍ ତଳେ ହିଁ ଉଡ଼ୁଥିଲା ଏବଂ ଏହା ଏକ ମନ୍ଦିରରେ ପିଟିହୋଇଥିଲା ଏବଂ କ୍ଷତିଗ୍ରସ୍ତ ହୋଇଥିଲା। ମନ୍ଦିରର ଗମ୍ବୁଜ ମଧ୍ୟ ଭାଙ୍ଗି ତଳେ ପଡ଼ିଥିଲା। ଘଟଣା ବିଷୟରେ ଜଣାପଡ଼ିବା ପରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୁଇ ଆହତଙ୍କୁ ରିବାର ସଞ୍ଜୟ ଗାନ୍ଧୀ ହସ୍ପିଟାଲକୁ ପଠାଯାଇଥିଲା।