ପୃଥିବୀକୁ ଥଣ୍ଡା କରିବାକୁ ଯୋଜନା, ଗଭୀର ମହାସାଗରରେ ପୋତା ହେବ CO2

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂ କାରଣରୁ ପୃଥିବୀରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି । କିନ୍ତୁ ଯେତେବେଳେ ଏହାର ମୁକିବାଲା କଥା ଉଠେ ତ ସେଥିପାଇଁ ଗ୍ରୀନହାଉସ ଗ୍ୟାସ, ଏଥିରେ ମୁଖ୍ୟତଃ କାର୍ବନ ଡାଇଅକ୍ସଡାଇଡ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏଥିପାଇଁ ସାରା ଦୁନିଆର ଦେଶ ଗୁଡିକୁ ଜିରୋ କାର୍ବନ ନୀତି ଆପଣାଇବାକୁ ପ୍ରେରିତ କରାଯାଉଛି । ଏଥିପାଇଁ ବୈଜ୍ଞାନିକମାନେ ସେମାନଙ୍କ ଗବେଷଣାରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଲ କମ କରିବା ଉପରେ ଜୋର ଦେବା କଥା କହୁଛନ୍ତି । ଏଥିପାଇଁ ଇଞ୍ଜିନିୟର୍ସମାନେ କାର୍ବନ ଡାଇଅକ୍ସଡାଇଡକୁ ଗଭୀର ସମୁଦ୍ରରେ ପୋତିବା ପାଇଁ ଏକ ମହତ୍ୱାକାଂକ୍ଷୀ ପ୍ରସ୍ତାବ ଦେଇଥିଲେ ।

ଅଧ୍ୟୟନକାରୀଙ୍କ ଏବେ ଅଙ୍ଗାରକାମ୍ଲକୁ ବାୟୁମଣ୍ଡଳରୁ କମ କରିବା ପାଇଁ ଅନେକ ଉପାୟ ଖୋଜିବା ପାଇଁ ପ୍ରେରିତ ହେଉଛନ୍ତି । ଏଥିରେ ମହାସାଗର ଗୁଡିକୁ ଏକ ପ୍ରକାର ଖାଦ ପ୍ରଦାନ କରିବା ପଦ୍ଧତି ବିକଶିତ କରିବା ସାମିଲ ରହିଛି । ଫଳରେ ବଡ ପରିମାଣରେ ଅଙ୍ଗାରକାମ୍ଲକୁ ବାୟୁମଣ୍ଡଳରୁ କମ କରାଯାଇ ପାରିବ।

ଆମେରିକାର ଉର୍ଜା ବିଭାଗର ସେପିଫିକ ନର୍ଥୱେଷ୍ଟ ନ୍ୟାସନାଲ ଲାବୋରେଟରୀର ଭୂ-ବୈଜ୍ଞାନିକ ମାଇକେଲ ହୋଚେଲା କହିଛନ୍ତି, ବର୍ତ୍ତମାନ ସମୟରେ ଏହି ପରି ସମାଧାନର ଆବଶ୍ୟକତା ରହିଛି । ବୃଦ୍ଧି ପାଉଥିବା ତାପମାତ୍ରା ସହ ଲଢେଇ କରିବା ପାଇଁ କାର୍ବନ ଡାଇଅକ୍ସସାଇଡର ସ୍ତରକୁ ବିଶ୍ୱ ସ୍ତରରେ କମ କରିବାକୁ ହେବ । ସବୁ ବିକଳ୍ପ ଗୁଡିକ ମଧ୍ୟରେ ମହାସାଗରରେ କାର୍ବନ ଡାଇଅକ୍ସସାଇଡର ଭଣ୍ଡାର ଗର୍ତ୍ତ ମଧ୍ୟ ସାମିଲ ରହିଛି। ଆଲୋଚନା ପରେ ଆମ ଗ୍ରହକୁ ଥଣ୍ଡା କରିବାର ସବୁଠୁ ଭଲ ସୁଯୋଗ ମିଳିଛି ।

ଗଭୀର ମହାସାଗର ଭିତରକୁ ଅଙ୍ଗାରକାମ୍ଲ ଯିବା ନୂଆ ନୁହେଁ । ପ୍ରାକୃତିକ ଉପାୟରେ ମଧ୍ୟରେ ଏହା ହୋଇଥାଏ । ମହାସାଗର ତଳେ ରହୁଥିବା ଅନେକ ସୂକ୍ଷ୍ମଜୀବ ଯାହାଙ୍କୁ ଫାୟଟୋପ୍ଲାଙ୍କଟନ କୁହାଯାଏ। ଏହି ସୂକ୍ଷ୍ମଜୀବ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସଡାଇଡ ଅବଶୋଷିତ କରିଥାନ୍ତି ଏବଂ ଗଭୀର ସମୁଦ୍ରରେ ପହଞ୍ଚାଇବା ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ।

ସୂକ୍ଷ୍ମଜୀବଙ୍କୁ ଗହୁଗୁଣିତ ହେବା ପାଇଁ ଲୁହା ପରି ଖଣିଜର ଆବଶ୍ୟକତା ରହିଥାଏ । କିନ୍ତୁ ପାଣିର ପୃଷ୍ଠରେ ଜୀବଙ୍କ ପାଇଁ ସୀମିତ ମାତ୍ରରେ ଏହା ଉପଲବ୍ଧ ହୋଇଥାଏ, ଏହି କାରଣରୁ ଫାୟଟୋପ୍ଲାଙ୍କଟନ ବିକଶିତ ସୀମିତ ରହିଯାଏ । ଏଥିପାଇଁ କୃତିମ ଖାଦ ଦେବା ଦ୍ୱାରା ଏହି ସୂକ୍ଷ୍ମଜୀବଙ୍କ ସଂଖ୍ୟା ବଢିପାରିବ । ଏବଂ ସେମାନଙ୍କ ମୃତ୍ୟୁ ସହ ବାୟୁମଣ୍ଡଳରୁ ଅଧିକ କାର୍ବନ ଡାଇଅକ୍ସସାଇଡ ମହାସାଗରକୁ ନେଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.