vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରାଜ୍ୟରେ ବନ୍ୟା ଆଶଂକା ନାହିଁ ବୋଲି କହିଲେ ଜଳ ସମ୍ପଦ ସଚିବ, ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍

16/08/2019 at 6:57 PM

ଭୁବନେଶ୍ବର୧୬|୮; ରାଜ୍ୟରେ ବନ୍ୟା ସ୍ଥିତିର ଆଶଙ୍କା ନଥିବା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, “୨୪ ଘଣ୍ଟା ଭିତରେ ବର୍ଷାର ପରିମାଣ କମିଛି।  ହ୍ରାସ ପାଇଛି ସବୁ ନଦୀର ଜଳସ୍ତର। ଉପରମୁଣ୍ଡରେ କମ୍ ବର୍ଷା ଓ କମ୍ ପାଣି ଆସୁଥିବାରୁ ହୀରାକୁଦର ୧୦ଟି ଗେଟ୍ ବନ୍ଦ କରାଯାଇଛି।

ଗତକାଲି ହୀରାକୁଦରୁ ଛଡ଼ା ଯାଇଥିବା ପାଣି ଆଜି ରାତିରେ ମୁଣ୍ଡଳୀରେ ପହଞ୍ଚିବ।  ସେତେବେଳକୁ ମୁଣ୍ଡଳୀରେ ୫ରୁ ସାଢେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଆଜି ସଂଧ୍ୟା ସୁଦ୍ଧା ସବୁ କିଛି ସ୍ୱାଭାବିକ ହେବ। 

ସେହିପରି ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି,“ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା କମିଛି। ୧୧ଟି ଜିଲ୍ଲାରେ ଆଦୌ ବର୍ଷା ହୋଇ ନାହିଁ। ତଥାପି କେନ୍ଦ୍ରାପଡ଼ା ଓ ପୁରୀର କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।

ଅନୁଗୋଳର ଟିକରପଡ଼ାରେ ୩ ଶହ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେନ୍ଦ୍ରାପଡ଼ାର ୨ଟି ଗାଁରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ବାଙ୍କୀର କିଛି ଅଞ୍ଚଳ ଜଳମଗ୍ନ ଥିବା ବେଳେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ଥିତି ସୁଧୁରିଛି।”

   Related Posts