ଶରଦ ପାୱାରଙ୍କୁ ତାଙ୍କ ଘରେ ଭେଟିଲେ ପିୟୁଷ ଗୋୟଲ, ଶୁକ୍ରବାର ଭେଟିପାରନ୍ତି ଆଉ କିଛି ବିଜେପି ନେତା ଓ କର୍ମୀ, ଜାଣନ୍ତୁ କାହିଁକି?

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ ୧୬।୭: କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଶୁକ୍ରବାର ଏନସିପି ନେତା ଶରଦ ପାୱାରଙ୍କୁ ତାଙ୍କର ଦିଲ୍ଲୀ ୬ ଜନପଥରେ ଥିବା ବାସଭବନରେ ଭେଟିଛନ୍ତି। ତେବେ ଗୋୟଲ କେଉଁ ପ୍ରସଙ୍ଗରେ ପାୱାରକୁ ଭେଟିଛନ୍ତି ତାହା ଜଣା ପଡି ନଥିଲେ ମଧ୍ୟ ବ୍ୟକ୍ତିଗତ ସାକ୍ଷାତ ଆଲୋଚନାକୁ ନେଇ ଏବେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି। କେବଳ ଗୋୟଲ ନୁହନ୍ତି ମୋଦିଙ୍କ ମନ୍ତ୍ରିମଣ୍ଡଳର ଆଉ କେତେକ ନେତାମନ୍ତ୍ରୀ ମଧ୍ୟ ଶୁକ୍ରବାର ତାଙ୍କୁ ଭେଟିବା ଲାଗି  ଆପଏଣ୍ଟମେଣ୍ଟ ନେଇଥିବା ଜଣାପଡିଛି।

{"id":481611,"width":838,"height":629,"sizeSlug":"large","linkDestination":"none"}

ପାୱାରଙ୍କ ସହ ଏହି ସାକ୍ଷାତ ଆଲୋଚନାରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କର ନାମ ମଧ୍ୟ ରହିଛି। ଅପରାହ୍ନ ପ୍ରାୟ ୪ଟା ବେଳେ ରାଜନାଥ ସାଉଥ ବ୍ଲକ ଭେଟିବା ଲାଗି ପାୱାରଙ୍କୁ ଡକାଇଛନ୍ତି। ତେବେ ପାୱାର ସେଠାକୁ ଏକା ଯିବେନି ସାଙ୍ଗରେ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କୁ ସାଙ୍ଗରେ ନେଇ ଆଲୋଚନାକୁ ଯିବେ।  ଏଥିରେ ପ୍ରତିରକ୍ଷା ସମ୍ପର୍କିତ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି।

{"id":481619,"width":842,"height":799,"sizeSlug":"large","linkDestination":"none"}

ଆଗକୁ ସଂସଦର ମୌସୁମୀ ଅଧିବେଶନ। ଏଣୁ ସଂସଦରେ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ମନେଇବା ନିମନ୍ତେ ହୁଏତ ଏନସିପି ନେତାଙ୍କ ସହଯୋଗ ଲୋଡୁଥାଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ପାୱାର ଶୁକ୍ରବାର ସକାଳେ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ତେବେ ଦିଲ୍ଲୀ ଆସିବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ପାୱାର ରାଜ୍ୟସଭାରେ ସାଂସଦ ଅଛନ୍ତି ତଥା ମହାରାଷ୍ଟ୍ରରେ ତାଙ୍କ ପାର୍ଟି ମହାବିକାଶ ଅଘାଡି ମେଣ୍ଟର ସଦସ୍ୟ ରହିଛି। ଏଣୁ ଏନଡିଏ ପାୱାରଙ୍କୁ ସଂସଦ ଅଧିବେଶନ ପୂର୍ବରୁ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମନେଇବା ଲାଗି ଉଦ୍ୟମରେ ଥିବା ଏବେ ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.