ମାଇକ୍ରୋନ ଟେକ୍ନାେଲୋଜି ସିଇଓଙ୍କୁ ଭେଟିଲେ ପୀୟୂଷ ଗୋଏଲ, କହିଲେ- ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଦେଉଛି ବଡ଼ ବାଣିଜ୍ୟିକ ଅବସର

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ: ଇଣ୍ଡୋ ପାସିଫିକ୍‌ ଇକୋନାମିକ୍‌ ଫ୍ରେମଓ୍ବାର୍କ ଫର୍‌ ପ୍ରସ୍ପୋରିଟିର ମନ୍ତ୍ରୀସ୍ତରୀୟ ବୈଠକରେ ଭାଗ ନେବା ପାଇଁ ସାନ୍ ଫ୍ରାନସିସ୍‌କୋ ଗସ୍ତରେ ଅଛନ୍ତି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ। ଏହି ଅବସରରେ ପୀୟୂଷ ଗୋଏଲ ମାଇକ୍ରୋନ ଟେକ୍ନାଲୋଜିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସିଇଓ ଏବଂ ଅଧ୍ୟକ୍ଷ ସଞ୍ଜୟ ମେହରୋତ୍ରାଙ୍କୁ ଭେଟିଛନ୍ତି। ଏହା ସହ ଭାରତରେ ବଢ଼ୁଥିବା ସେମିକଣ୍ଡକ୍ଟର କ୍ଷେତ୍ରରେ ବାଣିଜ୍ୟିକ ଅବସର ଉପରେ ତାଙ୍କ ସହ ଚର୍ଚ୍ଚା କରିଛନ୍ତି।

ଆମେରିକା ସ୍ଥିତ ସେମିକଣ୍ଡକ୍ଟର କମ୍ପାନି ମାଇକ୍ରୋନ ଗୁଜରାଟରେ ଭାରତର ପ୍ରଥମ ଚିପ୍‌ ସୁବିଧା ସ୍ଥାପନ କରୁଛି। ଏହାଦ୍ବାରା ଆସନ୍ତା ସମୟରେ ୫ ହଜାର ପ୍ରତ୍ୟକ୍ଷ ତଥା ୧୫ ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ସରକାର ଦେଶରେ ୨.୭ ଆରବ ଆମେରିକା ଡଲାରର ସେମିକଣ୍ଡକ୍ଟର ପରୀକ୍ଷଣ ତଥା ପ୍ୟାକେଜିଂ ୟୁନିଟ୍‌ ସ୍ଥାପନ ପ୍ରକଳ୍ପକୁ ଜୁନ୍‌ରେ ମଞ୍ଜୁରୀ ଦେଇଥିଲେ। ଏନେଇ ଏକ୍ସରେ ପୀୟୂଷ ପୋଷ୍ଟ ଶେୟାର କରି କହିଛନ୍ତି ।

ଆହୁରି ପଢ଼ନ୍ତୁ: ସେମିକଣ୍ଡକ୍ଟର କ୍ରାନ୍ତିରେ ଆଉ ଏକ ନାମୀ କମ୍ପାନି: ଭାରତରେ କରିପାରେ ବସାଇପାରେ ପ୍ଲାଣ୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.