oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଗୟାରେ ପିଣ୍ଡଦାନ କଲେ ପୂର୍ବଜଙ୍କୁ କିପରି ମିଳେ ମୁକ୍ତି? ଜାଣନ୍ତୁ ଶ୍ରାଦ୍ଧ ଓ ତର୍ପଣର ରହସ୍ୟ  

8/09/2022 at 5:07 PM

ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ। ସେପ୍ଟେମ୍ବର ୧୧ ତାରିଖରୁ ଚଳିତବର୍ଷ ପିତୃପକ୍ଷ ଆରମ୍ଭ ହେଉଥିବା ବେଳେ ୨୫ ତାରିଖ ପର୍ଯ୍ୟନ୍ତ ଲୋକେ ଶ୍ରାଦ୍ଧ ତର୍ପଣ କରିପାରିବେ। କୁହାଯାଏ ଗୟାରେ ଯାଇ ପିଣ୍ଡଦାନ କଲେ ପିତରଙ୍କୁ ମୋକ୍ଷ ମିଳିଥାଏ। ପିଣ୍ଡଦାନ ମୋକ୍ଷ ପ୍ରାପ୍ତିର ଏକ ସହଜ ଓ ଶରଳ ମାର୍ଗ। ଏମିତିରେ ଦେଶର ଅନେକ ସ୍ଥାନରେ ପିଣ୍ଡଦାନ କରାଯାଏ ତେବେ ବିହାରର ଫଲଗୁ ତଟରେ ଥିବା ଗୟାରେ ପିଣ୍ଡଦାନର ମହତ୍ୱ ଅଧିକ।

ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଓ ମାତା ସୀତା ରାଜା ଦଶରଥଙ୍କ ଆତ୍ମାର ଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରିଥିବାର ପୌରାଣିକ ଆଖ୍ୟାନ ରହିଛି। ଗୟାରେ ପିଣ୍ଡ ଦାନର ବିଶେଷ ମାନ୍ୟତା ରହିଛି। ଏଠାରେ ପ୍ରଥମେ ବିଭିନ୍ନ ନାମରେ ୩୬୦ଟି ବେଦି ଥିଲା। ଯେଉଁଠାରେ ଲୋକେ ପିଣ୍ଡଦାନ କରୁଥିଲେ। ଏବେ ମାତ୍ର ୪୮ଟି ବେଦି ଅଛି। ଏହି ସବୁ ବେଦିରେ ଲୋକେ ସେମାନଙ୍କ ପିତରଙ୍କୁ ତର୍ପଣ ଓ ପିଣ୍ଡଦାନ କରିଥାନ୍ତି। ଗୟାରେ ପିଣ୍ଡଦାନ ପାଇଁ ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଲୋକେ ପହଞ୍ଚିଥାନ୍ତି।

ଗୟାକୁ ଭଗବାନ ବିଷ୍ଣୁଙ୍କ ନଗର ମନେ କରାଯାଏ। ଏହାକୁ ମୋକ୍ଷର ଭୂମି ମଧ୍ୟ କୁହାଯାଏ। ଏ ନେଇ ବିଷ୍ଣୁପୁରାଣ ଓ ବାୟୁପୁରାଣରେ ଚର୍ଚ୍ଚା କରାଯାଇଛି। ପୂରାଣ ଅନୁସାରେ ଗୟାରେ ପିଣ୍ଡଦାନ କଲେ ପୂର୍ବଜଙ୍କୁ ମୋକ୍ଷ ମିଳିଥାଏ। ଏଣୁ ଗୟାରେ ପିତୃ ଦେବତା ରୂପେ ସ୍ୱୟଂ ଭଗବାନ ବିଷ୍ଣୁ ଥିବା ମନେ କରାଯାଏ। ଏଣୁ ଏହି ତୀର୍ଥକୁ ପିତୃ ତୀର୍ଥ ମଧ୍ୟ କୁହାଯାଏ।  

   Related Posts