ପିତୃଦୋଷ ଥିଲେ ପ୍ରତିକାର ପାଇଁ ଅକ୍ଟୋବର ୯ ତାରିଖ ପୂର୍ବରୁ କରନ୍ତୁ ଏହି ସବୁ ଉପାୟ...
Published By : Prameya-News7 Bureau | September 30, 2018 IST

ଭୁବନେଶ୍ୱର ୩୦/୯ : କୋଷ୍ଠୀରେ ଯଦି ସମସ୍ତ ଗ୍ରହ ରାହୁ ଓ କେତୁ ମଧ୍ୟରେ ଥାଆନ୍ତି ତେବେ କାଳସର୍ପ ଦୋଷ ଲାଗିଥାଏ | କାଳସର୍ପ ଦୋଷ ଥିଲେ କୌଣସି କାମରେ ସଫଳତା ମିଳେନାହିଁ | କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅସଫଳତାର ସାମ୍ନା କରିବାକୁ ପଡିଥାଏ | ତେବେ କାଳସର୍ପ ଦୋଷରୁ ବଂଚିବା ପାଇଁ ମଧ୍ୟ ପ୍ରଦେଶର ଉଜେୈନରେ ମହାକାଳଙ୍କ ନିକଟରେ ପୂଜା କରାଯାଇଥାଏ | ତେବେ କାଳସର୍ପ ଦୋଷରୁ ବଂଚିବା ପାଇଁ କିଛି ସହଜ ଉପାୟ ମଧ୍ୟ ଅବଲମ୍ବନ କରାଯାଇପାରେ | ଏହି ଉପାୟ ଯଦି ପିତୃପକ୍ଷରେ କରାଯାଏ ତେବେ ଅଭିକ ଲାଭଦାୟକ ହୋଇଥାଏ |
ଆସନ୍ତୁ ଜାଣିବା କଣ ଉପାୟ :
୧. ପିତୃପକ୍ଷରେ ଯେକୌଣସି ଦିନ ନବନାଗ ସ୍ତୋତ୍ର ପାଠ କରନ୍ତୁ | ଯଦି ନିଜେ ନକରିପାରିବେ ତେବେ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା କରାନ୍ତୁ |
୨. ପିତୃପକ୍ଷରେ ଯେକୌଣସି ଦିନ ନିଜ ପୂଜା ଘରେ କାଳସର୍ପ ଯନ୍ତ୍ର ସ୍ଥାପନା କରନ୍ତୁ | ସ୍ଥାପନା ପରେ ପ୍ରତିଦିନ ବିଧି ମୁତାବକ ଏହାର ପୂଜା କରନ୍ତୁ |
୩. ପିତୃପକ୍ଷ ସମୟରେ ସକାଳ ସ୍ନାନ ସାରି ଧଳା ଫୁଲ, ଧଳା କପଡା, ଚାଉଳ, କଞ୍ଚା କ୍ଷୀର, ଧଳା ମିଠା ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ଏବଂ ଦୋଷ ଶାନ୍ତି ପାଇଁ ଶେଷନଗଙ୍କୁ ପ୍ରାର୍ଥନା କରନ୍ତୁ |
୪. ପିତୃପକ୍ଷ ଚାଲିଥିବା ସମୟରେ ଶିବ ମନ୍ଦିରରେ ତମ୍ବା ନାଗ ଦାନ କରନ୍ତୁ | ଏହାପରେ ମନ୍ଦିରରେ ବସି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଏବଂ ଶିବଙ୍କ ପାଖରେ ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ |
୫. ପିତୃପକ୍ଷରେ ଗରିବକୁ କାଳ କମ୍ବଳ ବା କାଳ ବିରି ଡାଲି ଦାନ କରନ୍ତୁ | ଏହା ଫଳପ୍ରଦ ହୋଇଥାଏ | [gallery ids="46378"]