ଆସନ୍ତା ୨୪ ଘଣ୍ଟାରେ ‘ପିଥାଇ’ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ, କାଲିଠୁ ବର୍ଷା, ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି

Published By : Prameya-News7 Bureau | December 15, 2018 IST

wp:core-embed/youtube {"url":"https://www.youtube.com/watch?v=ZeX8Jd4pGKo","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=ZeX8Jd4pGKo
/wp:core-embed/youtube

ଭୁବନେଶ୍ବର ୧୫|୧୨:ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଡିପ୍‌ ଡିପ୍ରେସନ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେପରିଣତ ହେବାକୁ ଯାଉଛି । ଏହା ମଧ୍ୟାହ୍ନରେ ଚେନ୍ନାଇଠାରୁ ୬୯୦ କିଲୋମିଟର ଦୂରରେ ରହିଥିବା ବେଳେ ମଛଲିପଟ୍ଟନମ ଠାରୁ ୮୯୦ କି.ମି. ଦୂରରେ ରହିଛି। ଏହା ପୂର୍ବ ଓ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ। ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଓକାକ୍କିନଡା ମଧ୍ୟରେ ୧୭ ତାରିଖ ଅପରାହ୍ଣରେ ସ୍ଥଳଭାଗକୁ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। 

{"id":64017}

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଏବେ ଡିପ୍ରେସନରୁ ଡିପ୍ଡିପ୍ରେସନର ରୂପ ନେଇ ସଭିୟର ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବାକୁ ଯାଉଛି । ସାଇକ୍ଲୋନର ନାଁଅଛି ‘ପିଥାଇ’ । ଏହା ମଧ୍ୟାହ୍ନସୁଦ୍ଧା ଚେନ୍ନାଇଠାରୁ ୬୯୦  କିଲୋମିଟର ଦୂରରେ ଥିବାବେଳେ ମଛଲିପଟ୍ଟନମଠାର ୮୯୦କି.ମି. ଦୂରରେ ରହିଛି। ଏହା ପୂର୍ବ ଓ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି।  ଆସନ୍ତା ୧୨ ଘଣ୍ଟାରେ ଏହାଘୂର୍ଣ୍ଣିଝଡ଼ ରୂପ ନେବାର ସମ୍ଭାବନା ଥିବାରୁ ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ୧୭ତାରିଖ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡା ଏବଂ ଓଙ୍ଗଲ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ଏବଂ ୧୭ ତାରିଖରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ବର୍ଷା ହେବା ସହ କୋହଲା ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାୟଗଡ଼ା, କୋରାପୁଟ,ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି। 

{"id":64018}

ପୁଣି ବର୍ଷା ଦେଖି ଉପକୂଳ ଅଞ୍ଚଳର ଚାଷୀ ଆତଙ୍କିତ । ତିତଲି କ୍ଷତି ସୁଖିନଥିବା ବେଳେ ଆସନ୍ନ ଲଘୁଚାପ ଜନିତ ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି । ବିଶେଷକରି ଉପକୂଳ ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶାର ଚାଷୀ ଭୟଭୀତ । ବିଲରେ ଧାନ ପାଚିଲା ପଡିଥିବାବେଳେ ତାକୁ କିଭଳି ସୁରକ୍ଷିତ ରଖିବ ଓ କଟା ଧାନ କେମିତି ଖଳାକୁ ଆସିବ ସେହି ଚିନ୍ତାରେ ପଡିଯାଇଛି ଚାଷୀ । କୃଷିବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ କରାଯିବା ସହ କଟା ଯାଇ ନ ଥିବା ଧାନକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜମିରେ ଶୁଖାଯାଇଥିବା ଧାନ ବିଡ଼ାକୁ ସୁରକ୍ଷିତ ସ୍ଥାନକୁନେବା, ଶୁଖି ଯାଇଥିବା ଧାନକୁ ଅମଳ କରିବା, ଖଳା ଓ ମଣ୍ଡିରେ ପଡ଼ି ରହିଥିବା ଧାନକୁ ପାଲ ଘୋଡ଼ାଇ ରଖିବାକୁ କୁହାଯାଇଛି। ସେପଟେ ମତ୍ସଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.