ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଜାରି : ଦିନ ୧ଟା ସୁଦ୍ଧା ୪୫.୩୨% ମତଦାନ

Published By : Prameya-News7 Bureau | September 30, 2021 IST

ଭୁବନେଶ୍ବର ୩୦।୯: ପିପିଲି ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟାରୁ ବିଭିନ୍ନ ବୁଥ୍ ରେ ଭୋଟର ମତଦାନ କରୁଛନ୍ତି । ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତସାବ୍ୟସ୍ତ କରିବେ ।

ଶାନ୍ତି ଶୃଙ୍ଖଳା ସହ ଭୋଟ୍ ଗ୍ରହଣ ଚାଲିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା କହିଛନ୍ତି । ସେ କହିଛନ୍ତି କୌଣସି ଅପ୍ରୀତିକର ପରିସ୍ଥିତିର ଖବର ଏପର୍ଯ୍ୟନ୍ତ ଆସିନାହିଁ । ପାଗ ମଧ୍ୟ ଅନୁକୂଳ ରହିଛି । ଭୋଟରଙ୍କ ସଂଖ୍ୟା ବଢୁଛି । ଆଗକୁ ଆହୁରି ମଧ୍ୟ ଭୋଟରଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି । ୬ଟି ଭିଭିପାଟ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ପରବର୍ତ୍ତି ସମୟରେ ସମସ୍ୟାର ସମାଧାନ କରାଯାଇ ଭୋଟ୍ ଗ୍ରହଣ ଚାଲିଛି । ୨୦ଟି ଆଦର୍ଶ ବୁଥ୍ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଉଲ୍ଲେଖଯୋଗ ଯେ, ଗତବର୍ଷ ଅକ୍ଟୋବର ମାସରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା ​​। ତେଣୁ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ସମସ୍ତ ମତଦାନ କେନ୍ଦ୍ରରେ ଭୋଟିଂ ଜାରି ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ ହୋଇଛି । ୩୪୮ଟି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଚାଲିଛି । ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.