ଉତ୍ତରକାଶୀ ଟନେଲ ଟ୍ରାଜେଡି : ଉଦ୍ଧାର କାର୍ଯ୍ୟ ପାଇଁ ରାଉରକେଲାରୁ ପଠାଗଲା ୨୪ ପାଇପ୍

Published By : Prameya-News7 Bureau | November 21, 2023 IST

ରାଉରକେଲା ୨୧।୧୧: ଉତ୍ତରକାଶୀରେ ନିର୍ମାଣଧିନ ଟନେଲରେ ମାଟି ଅତଡା ଧସି ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଲା ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ତିଆରି ହୋଇଥିବା ସ୍ଵତନ୍ତ୍ର ସ୍ପାଇରାଲ ବେଲ୍ଟ ପାଇପ୍ । ବାୟୁସେନାର ବିମାନ ଯୋଗେ ଦୁଇ ଦିନରେ ୨୪ଟି ସ୍ପାଇରଲ ବେଲ୍ଟ ପାଇପ୍ ଉତ୍ତରକାଶୀର ଘଟଣାସ୍ଥଳକୁ ଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟ।ଳୟରୁ ସେଲକୁ ନିର୍ଦ୍ଦେଶେ କ୍ରମେ ବାୟୁସେନାର ଦୁଇଟି ବିମାନ ଯୋଗେ ଦୁଇ ଦିନରେ ଯାଇଛି ୨୪ ପାଇପ୍ । ପାଇପ୍‌ର ଚଉଡା ସାଢ଼େ ୩ ଫୁଟ ଓସାର ସହ ୧୨ ଫୁଟ ଲମ୍ବା ।

{"id":873005,"sizeSlug":"full","linkDestination":"none"}

ଏହି ପାଇପକୁ ଟନେଲ ଭିତରକୁ ପ୍ରବେଶ କରାଯାଇ ଫସିଥିବା ଶ୍ରମିକମାନଙ୍କୁ ଏହି ପାଇପ ଦ୍ବାର ଉଦ୍ଧାର କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି । ଏହି ସ୍ଵତନ୍ତ୍ର ପାଇପର ଡ଼ାଇମିଟର ସାଢ଼େ ୩ ଫୁଟ ଥିବାରୁ ଜଣେ ସାଧାରଣ ମଣିଷ ଏହି ପାଇପ ମଧ୍ୟ ଦେଇ ସହଜରେ ଯିବାଆସିବା କରିପାରିବ ଯୋଗୁଁ ଏହି ପାଇପ ମଧ୍ୟରେ ଫସିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇ ପାରିବାର ଲକ୍ଷ୍ୟ ରଖାଯାଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ତିଆରି କରିଥିବା ଏହି ପାଇପ ରାଉରକେଲାର ସାଇ ସିର୍ଦ୍ଧାଥ ଲଜିଷ୍ଟିକ ନିକଟରେ ଗଚ୍ଛିତ ଅଛି । ଆଉ ଗଚ୍ଛିତ ଥିବା ସମସ୍ତ ପାଇପ୍‌କୁ ନିଜ ଅକ୍ତିଆରକୁ ନେଇଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ  । 

କେବଳ ଉତ୍ତରକାଶୀ ଘଟଣା ନୁହେଁ ଦେଶ ବିଦେଶରେ ଘଟୁଥିବା ଦୁର୍ଘଟଣାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଦ୍ବାରା ତିଆରି ଅନେକ ସ୍ଵତନ୍ତ୍ର ପାଇପ୍ ଉଦ୍ଧାର କାର୍ଯ୍ୟରେ ପୂର୍ବରୁ ସାମିଲ ହୋଇଛି । 

You Can Read :

wp:embed {"url":"https://www.prameyanews7.com/man-dies-allegedly-in-son-attack-allegation-in-balasore/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-dies-allegedly-in-son-attack-allegation-in-balasore/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.