ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପିଣ୍ଟୁ ନନ୍ଦଙ୍କ ପାଇଁ ସାହାଯ୍ୟ ସଂଗ୍ରହ ଅଭିଯାନ, ପ୍ରଥମେ ଜଣେ ସମାଜସେବୀ ଦେଲେ ୨ ଲକ୍ଷ

4/02/2023 at 10:24 PM

ଭୁବନେଶ୍ଵର: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସଙ୍କଟାପନ୍ନ। ଯକୃତ ପ୍ରତିରୋପଣ ପାଇଁ ଦରକାର ଅନେକ ଟଙ୍କା। ଏଥିଲାଗି ଅଭିନେତାଙ୍କ ପରିବାର ସାହାଯ୍ୟ ସହଯୋଗ ଲୋଡିଛନ୍ତି । ଏପରିକି ଶୁକ୍ରବାର ନିଜେ ଅଭିନେତା ପିଣ୍ଟୁ ନନ୍ଦ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସାହାଯ୍ୟ ମାଗିଥିଲେ। ଜୀବନ ସହ ସଂଘର୍ଷ, କରୁଥିବା ଜଣେ ଲୋକପ୍ରିୟ କଳାକାରଙ୍କ ସହାୟତା ସଂଗ୍ରହ କରିବାକୁ ସିନେ ଆର୍ଟିଷ୍ଟ ସଂଘ ସହ ଅନେକ ପିଣ୍ଟୁ ପ୍ରେମୀ ମଧ୍ୟ ଆଗେଇ ଆସିଛନ୍ତି ।

କିଛି ଶୁଭେଚ୍ଛୁ ଏବଂ କଳାକାରଙ୍କ ଅନୁରୋଧ ରକ୍ଷା କରି ପ୍ରଥମେ ସାହାଯ୍ୟର ହାତ ବଢାଇଛନ୍ତି , ଶିଳ୍ପପତି ତଥା ସମାଜସେବୀ ଅମୀୟକାନ୍ତ ଦାସ । ସେ ୨ ଲକ୍ଷ ଟଙ୍କା ଦେବା ସହ ଆବଶ୍ୟକ ପଡିଲେ ଆହୁରି ସାହାଯ୍ୟ କରିବେ ବୋଲି ପିଣ୍ଟୁ ପ୍ରେମୀଙ୍କୁ ଆଶ୍ବାସନା ଦେଇଛନ୍ତି । କେବଳ ଆତ୍ମସନ୍ତୋଷ ପାଇଁ ସେ ଅନ୍ୟକୁ ସାହାଯ୍ୟ କରିଥାନ୍ତି ପ୍ରଚାର ପାଇଁ ନୁହେଁ ବୋଲି କହିବା ବେଳେ କଲାକାର ମାନଙ୍କ ଲାଗି ତାଙ୍କର ସବୁବେଳେ ଭଲପାଇବା ଥିବା କହିଛନ୍ତି ।

ସେପଟେ ପିଣ୍ଟୁ ନନ୍ଦଙ୍କୁ ସହାୟତା ଲାଗି ଅଭିଯାନ ଆରମ୍ଭ କରିଥିବା କିଛି ଯୁବ ପ୍ରେମୀଙ୍କ ଦୁଃଖ ହେଲା, ଜଣଙ୍କ ପରେ ଜଣେ ଓଡ଼ିଆ ସିନେ କଳାକାଳ ଏପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ଏନେଇ କିଛି ସ୍ଥାୟୀ ବିଧିବ୍ୟବସ୍ଥା କରାଯାଉନଥିବା ଚିନ୍ତାଜନକ । ତଥାପି ପିଣ୍ଟୁଙ୍କୁ ଭଲ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବୁ। ଏହା ସହିତ ଓଡ଼ିଶାବାସୀଙ୍କୁ ମଧ୍ୟ ସେମାନଙ୍କର ପ୍ରିୟ କଳାକାରଙ୍କ ଚିକିତ୍ସା ପାଇଁ କିଛି ସହାୟତା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ସେମାନେ।

   Related Posts