ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ, ଅପରେସନ ଲାଗି ଦରକାର ଆହୁରି ଅର୍ଥ
7/02/2023 at 8:01 AM

ଭୁବନେଶ୍ୱର ୦୭।୦୨ : ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ। ଅପରେସନ ପାଇଁ ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ। ଦିଲ୍ଲୀର ଥିବା ଏକ ହସ୍ପିଟାଲରରେ ତାଙ୍କର ଅପରେସନ କରାଯିବ।

ତେବେ ବର୍ତ୍ତମାନ ସୁଦ୍ଧା ପିଣ୍ଟୁ ନନ୍ଦଙ୍କ ପାଇଁ ଦୁଇ ଜଣ କିଡନୀ ଡୋନର ସ୍ଥିର ହୋଇଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ସେଠାରେ ଅଭିନେତା ପିଣ୍ଟୁ ନନ୍ଦଙ୍କର ଚିକିତ୍ସା ଆରମ୍ଭ କରାଯିବ। ବ୍ୟୟ ବହୁଳ ଅପରେସନ ପାଇଁ ସମସ୍ତଙ୍କ ସହଯୋଗ ଓ ସହାୟତା ଲୋଡ଼ାଯାଇଛି । ବହୁ ଶୁଭେଚ୍ଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଅପରେସନ ପାଇଁ ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି। ପିଣ୍ଟୁ ନନ୍ଦଙ୍କ ସହିତ ତାଙ୍କ ଭିଣୋଇ ଯିବାକୁ ଥିବା ବେଳେ ତା ପରଦିନ ପିଣ୍ଟୁଙ୍କ ଭାଇ ଓ ଦୁଇ ଜଣ ଡୋନର ଯିବେ।

ସୂଚନାଯୋଗ୍ୟ ଯେ, ଲିଭର ସିରୋସିସ୍ ରୋଗରେ ପୀଡିତ ଅଛନ୍ତି ଓଲିଉଡ୍ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏନେଇ ସୋସିଆଲ୍ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ ସହ ସହାୟତାର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି ପରିବାର ଓ ଶୁଭେଚ୍ଛୁ ।