ନୂଆଦିଲ୍ଲୀ: ପିନାକ, ବ୍ରହ୍ମୋସ, ଆକାଶ । ବିଦେଶରେ ସ୍ବଦେଶୀ ମିସାଇଲର ଚାହିଦା ବେଶୀ । ଭାରତୀୟ ଯୁଦ୍ଧାସ୍ତ୍ର ପାଇଁ ବିଶ୍ବ ବ୍ୟାକୁଳ । କିଣିବାକୁ ଲିଷ୍ଟରେ ଅଛନ୍ତି ଆମେରିକା, ଫ୍ରାନ୍ସ ଭଳି ରାଷ୍ଟ୍ର । ଭାରତୀୟ ଯୁଦ୍ଧ ସାଜସଜା ବିଶ୍ବାସ ଏବଂ ଭରସା ଯୋଗ୍ୟ । ଏହାକୁ ବାରମ୍ବାର ପ୍ରମାଣ କରିଛି ପ୍ରତିରକ୍ଷା ବାହିନୀ । ଗତ ଦଶ ବର୍ଷରେ ଲଗାତାର ଅସ୍ତ୍ରଶସ୍ତ୍ର ନିର୍ମାଣକୁ ବୃଦ୍ଧି ସବୁ ରେକର୍ଡକୁ ଭାଙ୍ଗି ଦେଇଛି ଭାରତ । ଏପଟେ ଫିଲିପାଇନ୍ସ ସହିତ ମହାବିନାଶକ ବ୍ରହ୍ମୋସ୍ ସୁପରସୋନିକ୍ ମିସାଇଲ୍ ଡିଲ୍ ପୂରଣ ପରେ ଭାରତୀୟ ଯୁଦ୍ଧାସ୍ତ୍ର ଉପରେ ଭରସା କରିବା ଆରମ୍ଭ କରି ଦେଲେଣି ବିଦେଶୀ ରାଷ୍ଟ୍ର । ଆମେରିକା ଠାରୁ ଆରମ୍ଭ କରି ବିକଶିତ ଫ୍ରାନ୍ସ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର କିଣିବାକୁ ଚୁକ୍ତି ଫାଇନାଲ୍ କରିଛନ୍ତି । ଫଳରେ ଭାରତ ସହ ଅସ୍ତ୍ରଶସ୍ତ୍ର କାରବାରରେ ଆର୍ମେନିଆ ଟପ୍ ଲିଷ୍ଟରେ ରହିଛି ।
ଯୁଦ୍ଧାସ୍ତ୍ର ପାଇଁ ଭାରତ ସହ ଆର୍ମେନିଆ ବଡ଼ ଡିଲ୍ । ଆକାଶ ଏୟାର ଡିଫେନ୍ସ ସିଷ୍ଟମ, ପିନାକା ମଲ୍ଟି ଲଞ୍ଚ ରକେଟ୍ ସିଷ୍ଟମ ଏବଂ ୧୫୫ ଏମଏମ ଆର୍ଟିଲାରୀ ଗନ୍ ପାଇଁ ଅର୍ଡର ଦେଇଛି ପଶ୍ଚିମ ଏସିଆ ଦେଶ । କେବଳ ଆର୍ମେନିଆ ନୁହେଁ ଆମେରିକା ଏବଂ ଫ୍ରାନ୍ସ ଭଳି ବିକଶିତ ଦେଶକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବାକୁ ବ୍ୟାକୁଳ ଭାରତ । ଭାରତ ନିକଟରେ ଏବେ ଯୁଦ୍ଧସ୍ତ୍ର ରପ୍ତାନୀ ପାଇଁ ୨.୬ ବିଲିୟନ ବା ୨୧ ହଜାର କୋଟିର ଅର୍ଡର ରହିଛି । ସରକାରୀ ଏବଂ ବେସରକାରୀ କମ୍ପାନି ପ୍ରାୟ ଶହେ ଦେଶ ପାଇଁ ଯୁଦ୍ଧ ଉପକରଣ ତିଆରି କରିବାରେ ଲାଗିପଡ଼ିଛନ୍ତି ।
ବିଦେଶରେ ମହାବିନାଶର ବ୍ରହ୍ମୋସର ଚାହିଦା ବେଶୀ । ସୁପର ସୋନିକ୍ କ୍ରୁଜ୍ ମିସାଇଲ୍ ପାଇଁ ଫିଲିପାଇନ୍ସ ସମେତ ବହୁ ବିଦେଶ ରାଷ୍ଟ୍ର ଲାଇନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା, ସାଉଦୀ ଆରବ, ୟୁଏଇ, ଭିଏତନାମ, ଇଣ୍ଡୋନେସିଆ ଏବଂ ମିଶ୍ର ଭଳି ୧୦ରୁ ଅଧିକ ଦେଶ ବ୍ରହ୍ମୋ ମିସାଇଲ୍ ନେବାକୁ ଡିଲ୍ କରିଛନ୍ତି । ବ୍ରହ୍ମୋସ ବ୍ୟତୀତ ଡୋର୍ନିୟର-୨୨ଏୟାରକ୍ରାଫ୍ଟ, ବୁଲେଟ୍ ଫ୍ରୁଫ୍ ଜାକେଟ୍, ନାଇଟ୍ ଭିଜନ ଉପକରଣ, ଆର୍ଟିଲାରୀ ଗନ୍, ରାଡାର, ଆକାଶ ବାଲଷ୍ଟିକ୍ ମିସାଇଲ, ପିନାକା ରକେଟ୍ ଏବଂ ସେନା ଗାଡ଼ିର ରପ୍ତାନୀ ପାଇଁ ଭାରତ ସହିତ ବିଦେଶୀ ରାଷ୍ଟ୍ରଙ୍କ ଚୁକ୍ତି ସ୍ବକ୍ଷାର ହୋଇଛି ।
ଏପଟେ ୨୦୨୩-୨ରେ ଭାରତର ଡିଫେନ୍ସ ସାମଗ୍ରୀ ନିର୍ମାଣ ୧.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୮-୨୯ ମସିହା ବେଳକୁ ଏହା ବୃଦ୍ଧି ପାଇଁ ୩ ଲକ୍ଷ କୋଟିରେ ପହଞ୍ଚିବା ନେଇ ଆଶା କରାଯାଇଛି ।