କ୍ଷେପଣାସ୍ତ୍ର 'ପିନାକ'ର ପରୀକ୍ଷା ସଫଳ

Published By : Prameya-News7 Bureau | December 19, 2019 IST

ଚାନ୍ଦିପୁର ୧୯।୧୨:  ପ୍ରତିରକ୍ଷାଗବେଷଣା ଓ ବିକାଶସଙ୍ଗଠନ (ଡିଆରଡିଓ) ଦ୍ୱାରା ବିକଶିତ 'ପିନାକ' ମଲ୍ଟି ବାରଲ ରକେଟର ପରୀକ୍ଷଣ ଗୁରୁବାର ସଫଳହୋଇଛି ।  ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ପୃଫ ଏଣ୍ତ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ ଫାୟାରିଂ ଟେଷ୍ଟରେଞ୍ଜରୁ ପୂର୍ବାହ୍ନ ୧୧ଟା ୫୬ମିନିଟ୍‌ରେ କ୍ଷପଣାସ୍ତ୍ର ପିନାକର ପରୀକ୍ଷା ହୋଇଥିଲା।  ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ ୧୨ରୁ ଅଧିକ ରକେଟ ଏକସଙ୍ଗରେ ବ୍ୟବହାର କରାଯାଇପାରିବ ।

{"id":199836,"sizeSlug":"large"}

୨୫୦ କେଜି ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪୦ରୁ୮୦ କିଲୋମିଟର।  ପ୍ରତିରକ୍ଷା ବିଭାଗର ସ୍ଥଳବାହିନୀରେ ଏହାକୁ ବ୍ୟବହାର କରାଯାଇପାରିବ । ବିଶେଷକରି ପାହାଡିଆ ଅଞ୍ଚଳରେ ଶତୃପକ୍ଷଙ୍କ ଯୁଦ୍ଧାସ୍ତ୍ର ଧ୍ୱସ କରିବାରେ ଏହି କ୍ଷେପଣାସ୍ତ୍ର ସଫଳ ହେବ।  ଅତୀତରେ ଏହାକୁ କାର୍ଗିଲ ଯୁଦ୍ଧରେ ବ୍ୟବହାର କରାଯାଇଥିଲା । ସେତେବେଳେ ଶତୃପକ୍ଷଙ୍କ ବିରୋଧରେ ଏହା ସଫଳ ହୋଇଥିଲା।  ଚଳିତ ବର୍ଷ ରାଜସ୍ଥାନର ପୋଖରନରେ କ୍ରମାଗତ ଦୁଇଥର କ୍ଷେପଣାସ୍ତ୍ରର ବ୍ୟବହାରିକ ସଫଳ ପରୀକ୍ଷଣ କରାଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.