ତକିଆ ବି ହୋଇପାରେ କ୍ଷତିକାରକ : ହୋଇପାରେ ଏହି ସବୁ ରୋଗର କାରଣ

Published By : Prameya-News7 Bureau | July 04, 2020 IST

ଶୋଇବାବେଳେ ତକିଆ ବ୍ୟବହାର କରିବା ଆଜିକାଲି ଲୋକଙ୍କ ପାଇଁ ଏକ ଆବଶ୍ୟକତା ହୋଇଯାଇଛି କିନ୍ତୁ ଆପଣ ଜାଣିଛନ୍ତି କି ଏହା ଯେତେ ଆରାମଦାୟକ ଲାଗିଥାଏ ସେତେ ହାନିକାରକ ହୋଇଥାଏ। ଏହା କେତେକ ରୋଗର କାରଣ ହୋଇପାରେ। ଅଧିକାଂଶ ସମୟରେ ଆମେ ଏହା ଭାବିଥାଉ ଯେ ତକିଆ ଏତେ ଶୀଘ୍ର ଖରାପ ନ ହେଉଥିବା କାରଣରୁ ଆମେ ତକିଆ ବହୁତ ବର୍ଷ ଯାଏଁ ବ୍ୟବହାର କରୁ। ଏପରି କରିବା ଅନୁଚିତ୍ କାରଣ ତକିଆର ମଧ୍ୟ ଏକ୍ସପାଏରୀ ଡେଟ୍ ହୋଇଥାଏ। ଏହା ପରେ ଏହାକୁ ବଦଳାଇ ଦେବା ଉଚିତ୍ ନଚେତ୍ ଏହା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ କରିପାରେ।

{"id":295819,"sizeSlug":"large"}

ଜଣ ଜଣଙ୍କର ଅଭ୍ୟାସ ଥାଏ ଯେ ଶୋଇବା ପୂର୍ବରୁ କେଶରେ ଅତ୍ୟଧିକ ତେଲଲଗାଇ ତକିଆରେ ମୁଣ୍ଡ ରଖି ଶୋଇଥାନ୍ତି କିନ୍ତୁ ସେମାନେ ଭାବି ନଥାନ୍ତି ଯେ କେଶରେ ଲାଗିଥିବା ତେଲ ତକିଆ ଶୋଷି ନେଇଥାଏ। ଆମକୁ ଲାଗିଥାଏ ଯେ ତକିଆର କଭର ଅସନା ହୋଇଯାଇଛି ଏବଂ ଆମେ ଏହାକୁ ବାହାର କରି ଧୋଇ ଦେଇଥାଉ କିନ୍ତୁ ଏପରି ହୋଇନଥାଏ। ସେହି ତେଲକୁ ତକିଆ ଭିତରେ ଫାଇବର ବି ଶୋଷି ନେଇଥାଏ ଏବଂ ସବୁବେଳେ ବ୍ୟବହାର ହେବା କାରଣରୁ ସେଥିରେ ମାଇକ୍ରୋବ୍ସ ଅର୍ଥାତ୍ ସୂକ୍ଷ୍ମ ଜୀବ ଉତ୍ପନ୍ନ ହୋଇଥାନ୍ତି। ଆମେ ବାରମ୍ବାର ସମାନ ତକିଆରେ ଶୋଇବା କାରଣରୁ ସୂକ୍ଷ୍ମ ଜୀବ ଆମ ନିଃଶ୍ବାସ ଜରିଆରେ ଆମ ଶରୀରକୁ ପ୍ରବେଶ କରିଥାନ୍ତି ଏବଂ ଆମକୁ ରୋଗଗ୍ରସ୍ତ କରିଥାନ୍ତି।

{"id":295820,"sizeSlug":"large"}

ଯେତେବେଳେ ଆମକୁ ଥଣ୍ଡା କାଶ ଭଳି ରୋଗ ହୋଇଥାଏ ଏବଂ ସେତେବେଳେ ବି ଆମେ ସେହି ତକିଆ ବ୍ୟବହାର କରିଥାଉ ତେବେ ଆମ ନିଃଶ୍ବାସ ଏବଂ ନାକରୁ ବାହାରୁଥିବା ପାଣି ଏବଂ ମୁହଁରୁ ବାହାରୁଥିବା ଲାଳ ଆମ ତକିଆରେ ଲାଗି ଯାଇଥାଏ ଏବଂ ତକିଆ ଏଗୁଡ଼ିକ ଶୋଷି ନେଇଥାଏ ଯାହା ଦ୍ବାରା ରୋଗ ସୃଷ୍ଟି କରୁଥିବା ଜୀବାଣୁ ଉତ୍ପନ୍ନ ହୋଇଥାଏ ଏବଂ ଆମକୁ ରୋଗଗ୍ରସ୍ତ କରିଥାଏ।

{"id":295821,"sizeSlug":"large"}

ଯଦି ଆପଣଙ୍କ ତ୍ବଚାରେ ବାରମ୍ବାର ବ୍ରଣ ହେଉଛି ତେବେ ଆପଣ ନିଜ ତକିଆ ବଦଳାଇ ଦିଅନ୍ତୁ କାରଣ ଏହାର କାରଣ ସେହି ତକିଆ ହୋଇପାରେ। ଯଦି ଆମେ ଦୀର୍ଘ ଦିନରୁ ସେହି ତକିଆ ବ୍ୟବହାର କରି ଆସୁଥିବା ତେବେ ଧୀରେ ଧୀରେ ଏହା ଦବି ଯାଇଥାଏ ଏବଂ ଭିତ​ରେ ଥିବା ଫାଇବରର ଅବସ୍ଥା ବଦଳି ଯାଇଥାଏ। ଏପରି କ୍ଷେତ୍ରରେ ଆମ ଗାଲର ତ୍ବଚାର ଶ୍ବାସ ସମସ୍ୟା ହୋଇଥାଏ। ଏହା ସହିତ ତକିଆ ଭିତରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ଆମ ତ୍ବଚାକୁ ଆକ୍ରମଣ କରିପାରେ ଯାହା ଦ୍ବାରା ବ୍ରଣ କମିବା ପରିବର୍ତେ ବଢ଼ି ଯାଇପାରେ।

{"id":295822,"width":592,"height":402,"sizeSlug":"large"}

ତକିଆ ଭିତରେ ଜୀବାଣୁ ଦ୍ବାରା ଆମକୁ ଥଣ୍ଡା-କାଶ ବ୍ୟତୀତ କଫ ଏବଂ ଜ୍ବର ସମସ୍ୟା ହୋଇପାରେ। ଏହା ବ୍ୟତୀତ ତଣ୍ଟି ବିନ୍ଧିବା ଏବଂ କାନ୍ଧରେ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ। ଏଥିପାଇଁ ଭଲ ହେବ ତକିଆକୁ ଖରାରେ ଶୁଖାଇବେ,କାରଣ ଏହା ଦ୍ବାରା ତକିଆ ଭିତରେ ଉତ୍ପନ୍ନ ହୋଇଥିବା ଜୀବାଣୁ ମରିଯିବେ। ଏହା ସହିତ କଭରକୁ ଅତି କମରେ ମାସକୁ ୪ଥର ବଦଳିବେ,ଯାହା ଦ୍ବାରା ଜୀବାଣୁ ଉତ୍ପନ୍ନ ହୋଇପାରିବେ ନାହିଁ। ଆହୁରି ଭଲ ହେବ ପ୍ରତି ୧୦-୧୨ମାସରେ ନିଜ ତକିଆ ବଦଳି ଦିଅନ୍ତୁ।

{"id":295823,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.