ଗୁଜୁରାଟ ବନସକାଣ୍ଠାରେ ଓଲଟିଲା ତୀର୍ଥଯାତ୍ରୀ ବସ୍, ୨୦ ମୃତ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 30, 2019 IST

ଅହମ୍ମଦାବାଦ:  ଗୁଜୁରାଟ ଦନ୍ତା ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବନସକାଣ୍ଠା ଅମ୍ବାଜୀ ନିକଟସ୍ଥ ତ୍ରିଶୁଳିଆ ଘାଟରେ ସୋମବାର ତୀର୍ଥଯାତ୍ରୀରେ ଭରା ଏକ ବସ୍ ଓଲଟିପଡିଛି। ଫଳରେ ବସ୍ ରେ ଯାତ୍ରା କରୁଥିବା ୨୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଟ୍ୱିଟ୍ କରି ମୃତଯାତ୍ରୀଙ୍କ ପରିବାର ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଛନ୍ତି।

wp:html /wp:html

ସୂଚନାରୁ ପ୍ରକାଶ ଯେ ବସ୍ ରେ ତୀର୍ଥଯାତ୍ରା ଲାଗି ବାହାରିଥିବା ଲୋକେ ପ୍ରାୟତଃ ଆଣନ୍ଦ, ନଡିୟାଦ ଓ ବୋରସଦର ବାସିନ୍ଦା। ତୀର୍ଥଯାତ୍ରୀ ଅମ୍ବାଜୀଙ୍କ ମନ୍ଦିରରୁ ଦର୍ଶନ ସାରି ଫେରିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆହତମାନଙ୍କୁ ଦାନ୍ତା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍ ଟି ଏକ ଘରୋଇ ବସ୍ ହୋଇଥିବା ବେଳେ ଏଥିରେ ପ୍ରାୟ ୬୫ ଜଣ ତୀର୍ଥଯାତ୍ରୀ ଥିଲେ। ବସ୍ ଟି ଯାତ୍ରୀଙ୍କୁ ନେଇ ଅମ୍ବାଜୀ ମନ୍ଦିରରୁ ଅପରାହ୍ଣ ସାଢେ ୪ଟା ବେଳେ ତ୍ରିଶୁଳିଆ ଘାଟ ପହଞ୍ଚିବା ପରେ ତଳକୁ ଓହ୍ଲାଇବା ପାଇଁ ଟର୍ଣ୍ଣିଂ କରୁଥିବା ବେଳେ ଓଲଟି ପଡିଥିଲା।

wp:html /wp:html

ପ୍ରଧାନମନ୍ତ୍ରୀ ଆହତ ଯାତ୍ରୀଙ୍କ ଆସୁ ଆରୋଗ୍ୟ କାମନା କରିଥିବା ବେଳେ ମୃତକଙ୍କ ପରିବାର ଲାଗି ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଟ୍ୱିଟ୍ କରି ମୃତକଙ୍କ ଆତ୍ମାର ସଦଗତି କାମନା କରିଥିବା ବେଳେ ଆହତ ଆସୁ ଆରୋଗ୍ୟ ଲାଗି କାମନା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.