ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ବିରୋଧ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର

Published By : Prameya-News7 Bureau | October 12, 2021 IST

କଟକ ୧୨।୧୦: ବେଳାଭୂମିରେ ମଦ ଦୋକାନ ଖୋଲିବା ନିଷ୍ପତ୍ତି ବିରୋଧରେ ମାମଲା । ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି ।

ଖବର ଅନୁଯାୟୀ, ରାଜ୍ୟ ସରକାର ବେଳେଭୂମିରେ ୨୦ଟି ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବାଲେଶ୍ଵର,ପୁରୀ, ଗଞ୍ଜାମ ଓ ଜଗତସିଂପୁରରେ ଥିବା ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ନିଷ୍ପତି ହୋଇଛି । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଭାରତୀୟ ବିକାଶ ପରିଷଦ । ଯାହାକୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.