ବାରମ୍ୱାର ଦାବି ପରେ ବି ମିଳିଲାନି ନ୍ୟାୟ, ଆମରଣ ଅନଶନରେ ବସିଲେ ପିହୁର ମାଆ

Published By : Prameya-News7 Bureau | December 14, 2023 IST

ଯାଜପୁର ୧୪/୧୨: ବାରମ୍ୱାର ହତାସ୍ । ଅଭିଯୋଗ ପରେ ବି ମିଳିଲାନି ନ୍ୟାୟ । ଏବେ ଆମରଣ ଅନଶନରେ ବସିଲେ ଜଣେ ହତଭାଗିନୀ ମାଆ । ଆମେ କହୁଛୁ ବହୁ ଚର୍ଚ୍ଚିତ ସେହି ନିଖୋଜ ଶିଶୁ ପିହୁଙ୍କ କଥା । ଅର୍ଥାତ ଝିଅ ନିଖୋଜ ହେବାର ୩ ବର୍ଷ ପରେ ମିଳିଲାନି ପତ୍ତା । ଶେଷରେ ହତାଶ ହୋଇ ଧାରଣରେ ବସିଲେ ମାଆ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜିଠୁ ଆମରଣ ଅନଶନରେ ବସିଛନ୍ତି ପିହୁର ମାଆ ମୋନାଲିସା ନାୟକ । ସୂଚନା ଥାଉକି, ତିନି ବର୍ଷ ପୂର୍ବେ ୨୦୨୦ ଅଗଷ୍ଟ ୯ ତାରିଖ ଅପରାହ୍ନ ସମୟରେ ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନ ପୁର ଗ୍ରାମର ମୋନାଲିସା ନାୟକଙ୍କ ଅଢେଇ ବର୍ଷର ଝିଅ ପିହୁ ନିଖୋଜ ହୋଇଥିଲେ । ଏନେଇ ସେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଂଝାରପୁର ଥାନା ଅଧିକାରୀ ୬ ଘଟଣାର ୬ ଦିନ ପରେ ମାମଲା ରୁଜ କରିଥିଲେ ଚୁପ ବସିଥିଲା ପୋଲିସ ।

ଦୀର୍ଘ ୪ ମାସ ପରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆକ୍ସନ ମୁଡ୍‌କୁ ଆସିଥିଲା ବିଂଝାରପୁର ପୋଲିସ । ପୋଖରୀ ଖୋଜା ସହ ଏସ୍ପି, ଡିଜିଙ୍କ ଠାରୁ ଆରମ୍ଭ କରି ଶିଶୁ ବିଭାଗର ଅଧ୍ୟକ୍ଷା ଏହି ଘଟଣାକୁ ସମୀକ୍ଷା କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ନିଖୋଜ ପିହୁର ସନ୍ଧାନ କରିବାରେ ବିଫଳ ଥିବା ଓଡିଶା ପୋଲିସ ଉପରେ ଭରସା ନକରି ଆଜିଠୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନିଜ ଛୁଆକୁ ଧରି ଆମରଣ ଅନଶନରେ ବସିଛନ୍ତି ।

you can also read...

wp:embed {"url":"https://www.prameyanews7.com/jay-jagannath-said-rat-in-puri-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jay-jagannath-said-rat-in-puri-temple/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.