ଘୁଷୁରି ମଡ଼କ: ୭୦ରୁ ଅଧିକ ଘୁଷୁରିଙ୍କ ମୃତ୍ୟୁ; କାରଣ ଅସ୍ପଷ୍ଟ
5/09/2022 at 4:09 PM

ଭଦ୍ରକ ୦୫/୦୯: ରାସ୍ତା କଡ଼ ଜମିରେ ୭୦ରୁ ଅଧିକ ଘୁଷୁରିଙ୍କ ଶବ ପଡ଼ିରହିଛି। ସଂଖ୍ୟାଧିକ ଘୁଷୁରି ମରିଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଭଦ୍ରକ ଜ଼ିଲ୍ଲା ଧାମନଗରରୁ ଯାଜପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବେଦପୁର ପାଖରେ ଏପରି ଘୁଷୁରି ମରିଥିବା ଦେଖିବାକୁ ମିଳିଛି। ଧାନ ଜମିରେ ଘୁଷୁରିଙ୍କ ଶବ ଏଣେତେଣେ ପଡ଼ିରହିଛି।
ସେପ୍ଟେମ୍ୱର ୪ରେ ଘୁଷୁରି ମାଲିକ ଘୁଷୁରିଙ୍କୁ ଏହି ଜାଗାରେ ଚରାଉଥିବା ସ୍ଥାନୀୟ ଲୋକ କହିଛନ୍ତି। ସକାଳେ ଏଭଳି ଏତେ ସଂଖ୍ୟକ ଘୁଷୁରି ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତେବେ କେଉଁ କାରଣ ପାଇଁ ଏତେ ସଂଖ୍ୟକ ଘୁଷୁରିଙ୍କ ମୃତ୍ୟୁ ହୋଇଛି ତାର କାରଣ ସ୍ପଷ୍ଟ ହୋଇନି। ତେବେ ଘଟଣାସ୍ଥଳରୁ ଘୁଷୁରି ମାଲିକ ଫେରାର ଥିବା ଜଣା ପଡ଼ିଛି।
Related Posts
ଜାଗା ବିବାଦକୁ ନେଇ ଅଙ୍ଗନବାଡି କେନ୍ଦ୍ରରେ ତାଲା, ଥାନାରେ ପହଞ୍ଚିଲା ମାମଲା
28 January 2023
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023