ଜଳ ପ୍ରପାତ ଓ ପ୍ରାକୃତିକ ଦୃଶ୍ୟ ଭରା ନିୟମଗିରି ଏବଂ ଚିତ୍ରକୋଣ୍ଡାରେ ପର୍ଯ୍ୟଟକଙ୍କ ଭିଡ

Published By : Prameya-News7 Bureau | December 30, 2019 IST

ମୁନିଗୁଡା/ଚିତ୍ରକେ।ଣ୍ଡା  - ଚାଲିଛି ପିକନିକ ଋତୁ । ବନ୍ଧୁ, ପରିଜନଙ୍କ ସହ ମଉଜ ମସ୍ତିରେ ବ୍ୟସ୍ତ ସମସ୍ତେ । କିଏ ବୁଲାବୁଲି କରିବାକୁ ପସନ୍ଦ କରି ସ୍ମୃତି ସାଉଁଟୁଛି ତ କିଏ କିଏ ବଣଭେ।ଜିରେ ମାତିୁଛନ୍ତି । ତେବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ  ପାଲଟିଛି ନିୟମଗିରି ପାଦଦେଶରେ ଥିବା ଅନେକ ଜଳ ପ୍ରପାତ ଓ ଚିତ୍ରକେ।ଣ୍ଡାର ଇକେ। ପାର୍କ ।

{"id":204620,"sizeSlug":"large"}

ଆସୁଛି ନୂଆ ବର୍ଷ । ପୁରୁଣା ବର୍ଷaକୁ ବିଦାୟ ଦେଇ ନୂଆ ବର୍ଷରେ ପାଦ ଦେବେ ସମସ୍ତେ । ତେଣୁ ପୁରୁଣା ବର୍ଷର ସ୍ମୃତି ସାଉଁଟିବାରେ ବ୍ୟସ୍ତ ସମସ୍ତେ । କର୍ମମୟ ଜୀବନରୁ ଟିକିଏ ସମୟ ବାହାର କରି ବାଛି ନେଇଛନ୍ତି ନିଜ ନିଜର ଡେଷ୍ଟିନେସନ । ଖାସ ସେଥିପାଇଁ ମୁନିଗୁଡା ନିୟମଗିରି ପାହାଡ ପାଦ ଦେଶ ଏବେ ବେଶ୍ ଚଳଚଞ୍ଚଳ ।

{"id":204621,"sizeSlug":"large"}

ବଣ, ପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭେ।ଗ କରିବାକୁ ଭିଡ ଜମାଇଛନ୍ତି ପର୍ଯ୍ୟଟକ । ଘଞ୍ଜ ସବୁଜ ବନାନୀ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ ଆନମନା କରୁଛି । ସକାଳୁ ସକାଳୁ କାକର ବିନ୍ଦୁ ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରୁଛି । ଏହି ମନଲୋଭା ଦୃଶ୍ୟକୁ କ୍ୟମେରାରେ କଏଦ କରୁଛନ୍ତି ପର୍ଯ୍ୟଟକ ।

{"id":204622,"sizeSlug":"large"}

ସେପଟେ ପର୍ଯ୍ୟଟକଙ୍କ ମନ କିଣି ନେଉଛି ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ଇକୋ ପାର୍କ । ଛୋଟ ପିଲାଙ୍କ ଖେଳ ଉପକରଣ ସହ ବଣ ଭୋଜି ପାଇଁ ରହିଛି ପ୍ରକୃଷ୍ଟ ସ୍ଥାନ । ମୟୂର, କୁମ୍ଭୀର, ହରିଣ, ଗରିଲା, ଭିଭିନ୍ନ ପ୍ରକାର ପକ୍ଷୀ ଓ ଆଦିବାସୀ ଜନଜାତିଙ୍କ ପ୍ରତିମୂର୍ତି ଦେଖିବାର ସୁଯେ।ଗ ପାଉଛନ୍ତି ପର୍ଯ୍ୟଟକ ।

{"id":204623,"sizeSlug":"large"}

ରାତ୍ରି ରହଣି ପାଇଁ ଏଠାରେ ବାନବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି ପ୍ରକୃତି କୁଟୀର । ଦିନରେ ପ୍ରିୟ ପରିଜନଙ୍କ ସହ ବଣଭେ।ଜି ପରେ ପ୍ରକୃତି କୁଟୀରରେ ରାତ୍ରି ଯାପନ କରୁଛନ୍ତି ପର୍ଯ୍ୟଟକ ।

{"id":204624,"sizeSlug":"large"}

ତା ସାଙ୍ଗକୁ ନୌବିହାର କରି ମଜା ଉଠାଉଛନ୍ତି ପର୍ଯ୍ୟଟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.