ଭାରସାମ୍ୟ ହରାଇ ଓଲଟିଲା ପିକପ ଭ୍ୟାନ; ୨୫ ଜଣ ଆହତ

Published By : Prameya-News7 Bureau | March 09, 2022 IST

ରାୟଗଡ଼ା ୦୯/୦୩ : ପିକପ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ। ଫଳରେ ଭୋଜି ଖାଇବାକୁ ଯାଉଥିବା ବରଯାତ୍ରୀର ପ୍ରାୟ ୩୦ଜଣ ଲୋକ ଆହତ ହୋଇଛନ୍ତି। ଏହା ଦ୍ୱାରା କିଛି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଆଜି ମଧ୍ୟାହ୍ଣରେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଭେଜା ଗାଁରୁ ୫୦୦ ମିଟର ଦୂରରେ ଭାରସାମ୍ୟ ହରାଇ ପିକପ ଦୁର୍ଘଟଣା ଘଟିଛି। ବାହାଘର ପରେ ଭୋଜି ଖାଇବାକୁ ଭେଯା ଗାଁର ବର ପକ୍ଷରୁ କନ୍ୟା ଘର ଗାଁ ରାୟଗଡ଼ା ପାଖ ରାମଚନ୍ଦ୍ରପୁରକୁ ଏକ ପିକପରେ ପ୍ରାୟ ୩୦ ଜଣ ଯାଉଥିଲେ।ଯାଉଥିବା ସମୟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା। ଫଳରେ ୨୫ ଜଣ ଆହତ ହୋଇଛନ୍ତି। ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ କଲ୍ୟାଣସିଂହପୁର ଓ ଚାନ୍ଦିଲି ପୋଲିସ ପହଞ୍ଚି ତଦନ୍ତ କରୁଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଆହତ ଭର୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.