ପୋଲିସ ପରିଚୟ ଦେଇ ଡ୍ରାଇଭରକୁ ଅପହରଣ, ଲୁଟିଲେ ପିକ୍ଅପ୍ ଭ୍ୟାନ୍

Published By : Prameya-News7 Bureau | July 30, 2024 IST

ବୌଦ୍ଧ ୩୦: ପୋଲିସର ପରିଚୟ ଦେଇ ଡ୍ରାଇଭରକୁ ଅପହରଣ ।  ପିକ୍ ଅପ୍ ଭ୍ୟାନ୍ ଲୁଟି ନେଲେ ୬ ଜଣ ଦୁର୍ବୃତ୍ତ । କାଉଡ଼ିଆଙ୍କୁ ଛାଡି ଫେରୁଥିବା ବେଳେ ବୌଦ୍ଧ ବାଇପାସ୍ରୁ ନୟାଗଡ଼ ଥାନାକୁ ଯିବାକୁ କହି ଅପହରଣ ଘଟାଇଛନ୍ତି ଦୁର୍ବୃତ୍ତ । କାର୍‌ରେ ୬ ଜଣ ଦୁର୍ବୃତ୍ତ ଆସି ଗାଡ଼ି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଡ୍ରାଇଭରଙ୍କୁ ଚାରିଛକ ଜଙ୍ଗଲରେ ଛାଡ଼ି ଗାଡ଼ି ନେଇ ଫେରାର ମାରିଲେ ଦୁର୍ବୃତ୍ତ । ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କଲେ ଡ୍ରାଇଭର । 

ଅଭିଯୋଗ ଅନୁଯାୟୀ, ଅନୁଗୋଳ ଜିଲ୍ଲା ବଳୁଆ ଘରା ଗ୍ରାମର ଯୋଗେଶ୍ଵର ସାହୁଙ୍କୁ ପିକ୍ ଅପ୍ ଭ୍ୟାନ୍ ଡ୍ରାଇଭର ଯାଦବ ବାଘ ନେଇ ବୌଦ୍ଧ ମଙ୍ଗଳପୁର ଗ୍ରାମର କାଉଡ଼ିଆ ମାନଙ୍କୁ ନେଇ ଛତିଶଗଡ ବାବା ଧାମକୁ ଯାଇଥିଲେ । ତେବେ ସୋମବାର ବିଳମ୍ବିତ ରାତିରେ ଡ୍ରାଇଭର କାଉଡ଼ିଆ ମାନଙ୍କୁ ନିଜ ଗ୍ରାମରେ ଛାଡ଼ି ଫେରୁଥିବା ବେଳେ ସରସରା ରେଲୱେ କ୍ରସିଂ ନିକଟରୁ ବାଇପାସ୍ ରାସ୍ତାରେ ଗୋଟିଏ କାର୍ ତାଙ୍କୁ ପିଛା କରିଥିଲା । ଜଗଦୀଶପୁର ଛକ ନିକଟରେ ଅଟକାଇ ଥିଲେ। କାର୍‌ରୁ ୬ ଜଣ ଦୁର୍ବୃତ୍ତ ବାହାରି ଡ୍ରାଇଭରଙ୍କ ଠାରୁ ଗାଡ଼ି ଛଡାଇ ନେଇ ଦୁଇ ଜଣ ଫେରାର ମାରିଥିବା ବେଳେ ଡ୍ରାଇଭରଙ୍କୁ କାର୍‌ରେ ନେଇ ଫେରାର ମାରିଥିଲେ । ଡ୍ରାଇଭର ପଚାରିବାରୁ ନୟାଗଡ଼ ଥାନାରୁ ଆସିଛୁ ଏବଂ ତମକୁ ନୟାଗଡ଼ ଥାନାକୁ ନେଇଯିବୁ ବୋଲି କହିଥିଲେ । ତେବେ ଡ୍ରାଇଭର ଜଣକ ଦୁର୍ବୃତ୍ତଙ୍କ ନିକଟରେ କାକୁତି ମିନତି ହେବାରୁ ଡ୍ରାଇଭରଙ୍କ ଠାରୁ ମୋବାଇଲ ଛଡାଇ ନେଇ ତାଙ୍କୁ ଚାରିଛକ ଜଙ୍ଗଲରେ ଛାଡ଼ି ଫେରାର ମାରିଥିଲେ ଦୁର୍ବୃତ୍ତ । ଡ୍ରାଇଭର ପ୍ରଥମେ ଚାରି ଛକ ଥାନାରେ ଅଭିଯୋଗ କରିଥିବା ବେଳେ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ।

You Can Read:

ଯୋଗ୍ୟ ହିତାଧିକାରୀ ତାଲିକା ନଦେଇ ପାରିଲେନି, ଫେରିଗଲା ୬ଲକ୍ଷ ୫୬ହଜାର ୯୪୫ ପକ୍କା ଘର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.