ପିକଅପ୍ ଭ୍ୟାନ୍ ସହ ଚୋରି ବିଦ୍ୟୁତ ସାମଗ୍ରୀ ଜବତ, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 29, 2023 IST

ଚଣ୍ଡିଖୋଲ ୨୯।୧୧: ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ଦ୍ୱାରା ପିକଅପ୍ ଭ୍ୟାନ ସହ ଚୋରି ବିଦ୍ୟୁତ ସାମଗ୍ରୀ ଜବତ । ଏଥିସହ ଚୋରି ଘଟଣାରେ ସଂପୃକ୍ତ ଥିବା ୩ ଜଣ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ବଡ଼ଚଣା ବିଦ୍ୟୁତ ସବ୍ ଡିଭିଜନ କାର୍ଯ୍ୟାଳୟରୁ ନିୟମିତ ଭାବେ ବିଦ୍ୟୁତ ସାମଗ୍ରୀ ଚୋରି ହେଉଥିଲା । ଏନେଇ ବିଭାଗୀୟ ସେକ୍ସନ ଅଫିସର ଗୋପାଳକୃଷ୍ଣ ମହାପାତ୍ର ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବଡ଼ଚଣା ପୋଲିସ ଘଟଣାର ତଦନ୍ତ କରି ଚୋରି ଘଟଣାରେ ବ୍ୟବହୃତ ପିକଅପ୍ ଭ୍ୟାନ୍ ସହ ବିଦ୍ୟୁତ ତାର, ଆର୍ଥୀଂ ପାଇପ୍ ଆଦି ସାମଗ୍ରୀ ଜବତ କରିଛି । ଏଥିସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚୋରି ଘଟଣାରେ ବିଦ୍ୟୁତ କାର୍ଯ୍ୟାଳୟର କିଛି କର୍ମଚାରୀ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

wp:html /wp:html

You Can Read :

wp:embed {"url":"https://www.prameyanews7.com/protest-in-front-of-bemc-office-by-bjp/","type":"wp-embed","providerNameSlug":"prameya-news-7"}
https://www.prameyanews7.com/protest-in-front-of-bemc-office-by-bjp/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.