ଭାରସାମ୍ୟ ହରାଇ ନୟନଯୋରିକୁ ଖସିଲା ପିକ୍ଅପ୍ ଭ୍ୟାନ, ଜଣେ ମୃତ,୭ ଗୁରୁତର

Published By : Prameya-News7 Bureau | May 24, 2024 IST

ଜଳେଶ୍ବର ୨୪/୫: ଭାରସାମ୍ୟ ହରାଇ ନୟନଯୋରିକୁ ଖସିଲା ମାର୍ବଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ । ଜଣେ ମୃତ,୭ ଗୁରୁତର । ଚମ୍ପଟ ମାରିଲା ଡ୍ରାଇଭର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳରେ ଦୁର୍ଘଟଣା । ଜଳେଶ୍ବର ଆଡୁ ଏକ ମାର୍ବଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ କମର୍ଦ୍ଦା ଆଡକୁ ଯାଉଥିବାବେଳେ ୫୭ ନମ୍ବର ରାଜ୍ୟ ରାଜପଥ ତାଳବଣିଆ ଠାରେ ଦୁର୍ଘଟଣା ଘଟିଛି । 

ଆଗରେ ଯାଉଥିବା ଯାତ୍ରୀବାହୀ ଅଟୋଟି ବ୍ରେକ ମାରିବାରୁ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ ନୟନଯୋରିକୁ ଓଲଟି ପଡିଥିଲା । ପିକ୍‌ଅପ୍‌ ଭ୍ୟାନରେ ଥିବା ଶ୍ରମିକ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଜଳେଶ୍ବର ଜି.କେ ଭଟ୍ଟର ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଜଣକୁ ମୃତ ଘୋଷଣା କରିଛନ୍ତି । ମୃତକ ଲୁହାପଡା ଅଞ୍ଚଳର ସୋନା ସୋରେନ । ୭ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ପୋଲିସ ପିକ୍‌ଅପ୍‌ ଭ୍ୟାନକୁ ଜବତ କରି ତଦନ୍ତ ଜାରି ରଖିଛି । 

You Can Read:

ବଡଚଣା ବିଜୁ ଯୁବ ଛାତ୍ର ଦଳର ବିଶାଳ ସମାବେଶ, ଯୋଗଦେଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.