ମକରମେଳାରେ ଯୋଗ ଦେବାକୁ ଯାଉଥିବା ପିକଅପ ଭ୍ୟାନ ଓଲଟିଲା : ୨ ମୃତ ୨୦ ଆହତ

Published By : Prameya-News7 Bureau | January 17, 2019 IST

ଉଦଳା ୧୭|୧:ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟସ୍ଥ  କହ୍ନେଇବନ୍ଧ ଠାରେ ପିକଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି ।ଆହତଙ୍କ ମଧ୍ୟରୁ ୪ଜଣଙ୍କୁ ୁଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରୁ କିଛି ଆହତଙ୍କୁ ଖୁଣ୍ଟା ଡାକ୍ତର ଖାନାକୁ ନିଆଯାଇଛି । ଅତି ଗୁରୁତରଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

{"id":74920}

ଅଠରଦେଉଳା ପହାଡ ନିକଟରେ ହେଉଥିବା ମକରମେଳା ପୂଜା ପାଇଁ  ପିକଅପ ଭ୍ୟାନରେ ପାଖାପାଖି ୪୦ ଜଣ ଯାଉଥିଲେ । ତେବେ ଦ୍ରୁତ ଗତିରେ ଭ୍ୟାନଟି ଯାଉଥିବାରୁ  କହ୍ନେଇବନ୍ଧ- ଧାନଘେରା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।  ମୃତକମାନେ ହେଲେ ସୁଲୋଚନା ବିଶ୍ବାଳ ଏବଂ ଦ୍ରୌପଦୀ ଖଣ୍ଡେଇ । ପିକଅପ ବ୍ୟାନ ଓଲଟି ପଡିବାପରେ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଆହତଙ୍କୁ ଉଦ୍ଧାର କରିଥିଲେ

{"id":74921}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.