ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଡ୍ରାଇଭର ଓ ହେଲ୍‌ପର ଅଟକ

Published By : Prameya-News7 Bureau | November 16, 2023 IST

ପାଟଣା ୧୬।୧୧: ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଜବତ । ୯ ଗୋରୁ ଉଦ୍ଧାର ସହ ଡ୍ରାଇଭର ଓ ହେଲପର ଅଟକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳିର ଘଟଣା ।

{"id":870302,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନକୁ ତୁରୁମୁଙ୍ଗା ପୋଲିସ ଜବତ କରିଥିଲା । ଯାଞ୍ଚ ବେଳେ ଗାଡି ଭିତରୁ ୯ ଗୋରୁକୁ ଉଦ୍ଧାର କରିଛି ପୋଲିସl  ଏଥିସହ ଗାଡି ଡ୍ରାଇଭର ଓ ହେଲପରକୁ ଅଟକ ରଖି ତଦନ୍ତ କରୁଛି ପୋଲିସ l ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗାଡିରେ  ଗୋରୁ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ବାହାରକୁ ଚାଲାଣ ହେଉଛି । ସମସ୍ତ ଗୋରୁଙ୍କୁ ବାନ୍ଧି କଲିକତା ଅଞ୍ଚଳକୁ ଚାଲାଣ କରାଯାଉଥିବା ସମୟରେ ପୋଲିସ ଗାଡିକୁ ଜବତ କରିଛି l

wp:embed {"url":"https://www.prameyanews7.com/virat-kohli-century-and-flying-kiss-to-anushka-sharma/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-century-and-flying-kiss-to-anushka-sharma/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.