ଓଲଟି ପଡିଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍, ଅକାତ ପାଣିରେ ପସି ଗୋଟାଇ ଆଣିଲେ ଲୋକେ
24/08/2022 at 10:46 AM

ମାହାଙ୍ଗା ୨୪/୦୮: ଏବେବି ବଞ୍ଚିଛି ମାନବିକତା । ମାହାଙ୍ଗା ଥାନା ଇଟମୁଣ୍ଡଳି ଗାଁ ରେ ଆଜି ସକାଳେ ଏକ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ କେନାଲ ମଝିରେ ଓଲଟି ପଡ଼ିଥିଲା।କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ସବୁ ପାଣିରେ ଭାସିବାକୁ ଲାଗିଲେ । ହେଲେ ମାନବିକତା ଦେଖାଇଥିଲେ ସ୍ଥାନୀୟ ଲୋକ ।
କେନାଲର ଅକାତ ପାଣିରେ ପଶି ମାଛ ଗୋଟେଇ ନିଜ ଘରକୁ ନ ନେଇ ମାଛ ବେପାରୀକୁ ଦେଇ ଦେଇଥିଲେ । ତେବେ ଆପଣ ଆଗରୁ ଅନେକ ଚିତ୍ର ଦେଖିଥିବେ ଯୋଉଥିରେ ଯଦି କୋଉଠି ଗାଡ଼ି ଓଲଟେ, ଲୋକମାନେ ସବୁ ଜିନିଷ ଗୋଟେଇ ଘରକୁ ବୋହିବାରେ ଲାଗିପଡିଥାନ୍ତି ।
ଏମିତିକି ଗାଡ଼ିରେ ଥିବା ଲୋକଙ୍କୁ ମଧ୍ୟ ଭୁଲି ଯାଆନ୍ତି । କିନ୍ତୁ ଏ ଚିତ୍ର କିଛି ଅଲଗା । ଏଠି ଲୋକମାନେ ଏକାଠି ହେଇ ପାଣି ପଶି ମାଛ ଗୋଟାଉଛନ୍ତି ହେଲେ ନିଜ ଘରକୁ ନେବା ପାଇଁ ନୁହଁ ବଂର ଗୋଟେଇ ମାଛ ବେପାରୀଙ୍କୁ ଦେଇ ଦେଇଛନ୍ତି ।