ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ସ୍କୁଟି ଉପରେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ, ଚାଳକଙ୍କ ମୃତ୍ୟୁ

15/12/2020 at 8:26 PM

ରାଇରଙ୍ଗପୁର ୧୫।୧୨: ପିକଅପ ଭ୍ୟାନ ଧକ୍କାରେ ସ୍କୁଟି ଚାଳକ ମୃତ। ମୃତ ସ୍କୁଟି ଚାଳକ ଜଣକ ଚିଙ୍ଗୁଡ଼ିପୋଖରୀ ଗ୍ରାମର ଗୋପିନାଥ ମହାନ୍ତ (୭୫) ବୋଲି ଜଣାପଡିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଫାଣ୍ଡି ଅନ୍ତର୍ଗତ କାରଗିଲ ଛକରେ ଘଟିଛି ଦୁର୍ଘଟଣା।

ସ୍କୁଟି ଯୋଗେ ଗୋପୀନାଥ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନଟି କାରଗିଲ ଛକ ଠାରେ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଗୋପୀନାଥ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

   Related Posts