ପିକଅପ୍‌ ଭ୍ୟାନ୍‌ ଧକ୍କାରେ ମହିଳା ମୃତ, ଦୁଇଜଣ ଗୁରୁତର

Published By : Prameya-News7 Bureau | December 11, 2022 IST

ସୁବର୍ଣ୍ଣପୁର,୧୧/୧୨: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ବେହେରାମାଲ ଛକ ନିକଟରେ ପିକଅପ ଭ୍ୟାନ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ଆଜି ଅପରାହ୍ନ ସମୟରେ ମେଟାକାନୀ ଦର୍ଶନ ସାରି ଏକ ବାଇକ ଯୋଗେ ଦୁଇଜଣ ମହିଳା ଏବଂ ଜଣେ ଯୁବକ ସମ୍ବଲପୁର ଆଡ଼କୁ ଯାଉଥିବା ବେଳେ ସମ୍ବଲପୁର ପଟରୁ ଆସୁଥିବା ଏକ ପିକଅପ ଗାଡି ଉକ୍ତ ସ୍ଥାନରେ ସେମାନଙ୍କୁ ଧକ୍କା ଦେଇଥିଲା l ଫଳରେ ସମସ୍ତେ ଛିଟିକି ପଡ଼ିଥିଲେ l

ଘଟଣାସ୍ଥଳରୁ ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଯୋଗେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ l ମାତ୍ର ଏଠାରେ ଜଣେ ମହିଳାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ବୁର୍ଲା ପଠାଇ ଦିଆଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.